ନକଲି ଜର୍ଦ୍ଦା କାରଖାନା ଠାବ, ୨ ଗିରଫ

କେନ୍ଦ୍ରାପଡ଼ା/ ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାଜଗଡ ଗ୍ରାମରେ ଆଜି ଏକ ନକଲି ଜର୍ଦ୍ଦା କାରଖାନା ଠାବ କରାଯାଇଛି। ଜିଲ୍ଲା ପୁଲିସର ସ୍ବତନ୍ତ୍ର ସ୍କ୍ବାଡ୍‌ ସେଠାରେ ଚଢଉ କରି ୨ଜଣଙ୍କୁ ଗିରଫ କରିଛି। ନକଲି କାରଖାନା ଭିତରୁ ଯନ୍ତ୍ରପାତି ଓ ନକଲି ଜର୍ଦ୍ଦା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ରାଜଗଡ ଗ୍ରାମରେ ଦୀର୍ଘଦିନ ହେବ ଏକ ନକଲି ‘ଗୋପାଳ’ ଜର୍ଦ୍ଦା କାରଖାନା ଚାଲୁଥିଲା। ଏ ନେଇ କମ୍ପାନି ପକ୍ଷରୁ ଜେନେରାଲ ମ୍ୟାନେଜର କେ.ଏସ୍‌. ଚୈାହାନ୍‌ କେନ୍ଦ୍ରାପଡା ଏସ୍‌ପି ନୀତିଶେଖରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସ୍ବତନ୍ତ୍ର ସ୍କ୍ବାଡ୍‌ ଆଇଆଇସି ପି.କେ. କାନୁନ୍‌ଗୋ ଓ ମହାକାଳପଡା ଥାନା ଅଧିକାରୀ ମନୋର˚ଜନ ଚୈାଧୁରୀଙ୍କ ନେତୃତ୍ବରେ ଏକ ଟିମ୍‌ ଉକ୍ତ ଗ୍ରାମରେ ଚାଲିଥିବା ନକଲି ଜର୍ଦ୍ଦା କାରଖାନା ଉପରେ ଚଢଉ କରିଥିଲେ। ଚଢଉ ବେଳେ ନକଲି ଜର୍ଦ୍ଦା ତିଆରି କରୁଥିବା ରାଜଗଡ ଗ୍ରାମର ସ˚ଜୟ ମଳିକ ଓ ସାଜିଦ୍‌ ରାଜାଙ୍କୁ ଗିରଫ କରାଯାଇଥିଲା। ସେଠାରୁ ବିପୁଳ ପରିମାଣର ନକଲି ଗୋପାଳ ଜର୍ଦ୍ଦା, ନକଲି ଜର୍ଦ୍ଦା ତିଆରି ସାମଗ୍ରୀ ଓ ଏଥିରେ ବ୍ୟବହୃତ ସରଂଜାମ ଜବତ କରାଯାଇଥିଲା। ‘ଗୋପାଳ’ ଜର୍ଦ୍ଦା କମ୍ପାନି ମ୍ୟାନେଜର ଶ୍ରୀ ଚୈାହାନଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଏକ ମାମଲା(୪/୧୯) ରୁଜୁ କରି ଅନୁସନ୍ଧାନ ଜାରି ରଖିଛି।

ସମ୍ବନ୍ଧିତ ଖବର