ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା:ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ଡେରାବିଶ: ଡେରାବିଶ ଥାନା କାଉପଡା ପଞ୍ଚାୟତ ଅନ୍ତର୍ଗତ ବାଘିଲୋ ବାବନପୁର(ବରହମପୁର) ଗ୍ରାମରେ ମିନାକ୍ଷୀ ମଲିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ତାଙ୍କୁ ଭିଣୋଇ ବାଡ଼େଇ ମାରି ଦେଇଥିବା ନେଇ ବାପା କ୍ଷୀରୋଦ ମଲିକ ଡେରାବିଶ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଛୋଟି ଗ୍ରାମର କ୍ଷୀରୋଦଙ୍କ ବଡ଼ ଝିଅ ରଶ୍ମିତା ମଲିକ(୨୬) ବାଘିଲୋ ବାବନପୁର ଗ୍ରାମରେ ପୀତାମ୍ବର ମଲିକଙ୍କ ପୁଅ ଶ୍ରୀକାନ୍ତଙ୍କୁ ୪ ବର୍ଷ ତଳେ ବିବାହ କରିଥିଲା। ସାନ ଭଉଣୀ ମିନାକ୍ଷୀ ରଶ୍ମିତାଙ୍କ ଘରକୁ ବୁଲି ଆସିଥିବା ବେଳେ ଭିଣୋଇ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ପରେ ଉଭୟ ପରିବାର ଏହାର ବିରୋଧ କରିଥିଲେ। ଏ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ହେଲେ, ଗତକାଲି ଦୁଇ ଭଉଣୀଙ୍କ ମଧ୍ୟରେ କୈାଣସି କାରଣରୁ ଝଗଡା ଲାଗିଥିଲା। ଫଳରେ ସାନ ଭଉଣୀ ମିନାକ୍ଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ରଶ୍ମିତା ପୁଲିସକୁ ବୟାନ ଦେଇଥିଲେ।

ସମ୍ବନ୍ଧିତ ଖବର