ଦାଣ୍ତିସାହି,(ପଟ୍ଟାମୁଣ୍ଡାଇ): ପଟ୍ଟାମୁଣ୍ତାଇ ବ୍ଲକ ଅଧୀନରେ ଥିବା ଧୋୟାଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏ ନେଇ ଅଳପୁଆ, ତରଡ଼ିପାଳ, ପେଣ୍ଠପାଳ, ଅଣ୍ଢରା, ସି˚ହଗାଁ, ଅମୃତମଣୋହୀ, ବଲୁରିଆ, ନୀଳକଣ୍ଠପୁର ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ପୋଖରୀକୂଳ ପ୍ରାଥମିକ ସ୍କୁଲରେ ଶ୍ରେଣୀ ଗୃହ ନ ଥିବାରୁ ପିଲାମାେନ ପାଲ ଟାଣି ପାଠ ପଢୁଛନ୍ତି। କୁଳସାହି ଆଶ୍ରମ ସ୍କୁଲରେ ଛାତ୍ରଛାତ୍ରୀ ତୁଳନାରେ ଶିକ୍ଷକଙ୍କ ସଂଖ୍ୟା ବହୁତ କମ୍ ରହିଛି। ୪୫୦ ଜଣ ପିଲାଙ୍କ ପାଇଁ ମାତ୍ର ଶିକ୍ଷକ ୬ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଅଣ୍ଢରା ହାଇସ୍କୁଲରେ ମଧ୍ୟ ଶିକ୍ଷା ବିପର୍ଯ୍ୟସ୍ତ େହାଇପଡ଼ିଛି। ଏହି ସ୍କୁଲରେ ୩୦୦ଜଣ ପିଲାଙ୍କ ପାଇଁ ରହିଛନ୍ତି ମାତ୍ର ୪ଜଣ ଶିକ୍ଷକ। ସେହିପରି ଦାଣ୍ତିସାହିସ୍ଥିତ ଜୟହିନ୍ଦ୍ ହାଇସ୍କୁଲରେ ୩୫୦ ପିଲାଙ୍କ ପାଇଁ ୩୫୦ ୬ଜଣ ଶିକ୍ଷକ ଅଛନ୍ତି। ବିଭିନ୍ନ ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା କମ୍ ଥିବାରୁ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଏ ସମ୍ପର୍କରେ ଗତ ଜିଲ୍ଲା ପରିଷଦ ବୈଠକରେ ଆଲୋଚନା ହୋଇଥିଲା। ତୁରନ୍ତ ଖାଲିଥିବା ଶିକ୍ଷକ ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଅଣ୍ଢରା, ତରଡିପାଳ ଅଳପୁଆ ଆଦି ପଞ୍ଚାୟତରେ ଥିବା ପ୍ରାଥମିକ ଶିକ୍ଷା କେନ୍ଦ୍ରଗୁଡ଼ିକରେ ଡାକ୍ତର ନାହାନ୍ତି। ସ୍ଥାନୀୟ ଲୋକେ ବାଧ୍ୟ ହୋଇ ପଟ୍ଟାମୁଣ୍ତାଇ ସ୍ବାସ୍ଥ୍ୟ କେନ୍ଦ୍ର ନଚେତ୍ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ଏପରିକି ବହୁ ହିତାଧିକାରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ, ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନାରୁ ବଞ୍ଚିତ ହେଉଛନ୍ତି। ସ୍ବାସ୍ଥ୍ୟ କାର୍ଡ ରୋଗୀମାନେ ଚିକିତ୍ସା ପାଇଁ ହିତାଧିକାରୀମାନେ ପଟ୍ଟାମୁଣ୍ତାଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଧାଉଁଛନ୍ତି। କାର୍ଡ଼ ପ୍ରଦାନ କରାଯାଉଥିବା ଅଫିସ୍ରେ ଦୀର୍ଘ ଦିନ ହେବ ତାଲା ପଡ଼ିଛି। ଅପରେଟର ନଥିବାରୁ ଅଫିସ୍ଟି ବନ୍ଦ ରହିଛି ବୋଲି ଜଣାପଡ଼ିଛି। ଚଉଦକୁଲାଟ ମେଡ଼ିକାଲରେ ଜଣେ ହେଲେ ବି ଡାକ୍ତର ନାହାଁନ୍ତି। ସେହିପରି ଗମନାଗମନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପଞ୍ଚାୟତର ଚତୁଃପାର୍ଶ୍ବରେ ନଦୀ ଘେରି ରହିଛି। ଅଞ୍ଚଳବାସୀଙ୍କ ପାଇଁ ଡଙ୍ଗା ବ୍ୟତୀତ ଗମନାଗମନର ଅନ୍ୟ କୌଣସି ବିକଳ୍ପ ନାହିଁ। ବନ୍ୟା ସମୟରେ ଅଞ୍ଚଳବାସୀ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ୁଛନ୍ତି। କାଣି ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ କୌଣସି ସ˚ଯୋଗୀକରଣ ରାସ୍ତା ନ ଥିବାରୁ ଅଞ୍ଚଳବାସୀ ଯାତାୟତ କରିବାରେ ଅସୁବିଧାର ସମୁଖୀନ ହେଉଛନ୍ତି।
ଅଳପୁଆ ପଞ୍ଚାୟତ ତରଡିପାଳ-ଦାଣ୍ତିସାହି ପୂର୍ତ୍ତ ବିଭାଗ ରାସ୍ତାରେ ଦୈନିକ ଶତାଧିକ ବାଲି ବୋଝେଇ ଟ୍ରକ ଯାତାୟତ କରୁଛି। ଫଳରେ ପରିବେଶ ପ୍ରଦୂଷିତ ହେଉଛି। କିଛି ଦିନ ତଳେ ବରି ଥାନା ଅନ୍ତର୍ଗତ ତରଡିପାଳ ନିକଟରେ କଳା ମାଟିଆ ଗ୍ରାମର ଜେଣ ବାଇକ୍ ଅାରୋହୀ ଟ୍ରକ ଧକ୍କାରେ ମୃତ୍ୟୁବରଣ କରିଥିେଲ। ସୁବଳପୁର-ଗୋଜିଆକେଣା ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ତୁରନ୍ତ ଏହି ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।