୪ ଟ୍ରଲର ଜବତ, ୩୧ ମତ୍ସ୍ୟଜୀବୀ ଗିରଫ

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ୍‌ ଭାବେ ମାଛ ମାରୁଥିବା ୪ଟି ଟ୍ରଲରକୁ ବନବିଭାଗ ପାଟ୍ରୋଲିଂ ଟିମ୍‌ ଗତକାଲି ବାବୁବାଲି ନିକଟରୁ ଜବତ କରିଛି। ଏଥିରେ ଥିବା ୩୧ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗହୀରମଥା ବନାଞ୍ଚଳ ଅଧିକାରୀ ସୁବ୍ରତ କୁମାର ପାତ୍ରଙ୍କ ନେତୃତ୍ୱରେ ବନବିଭାଗ ଟିମ୍‌ ଗତକାଲି ପାଟ୍ରୋଲିଂ କରୁଥିଲା। ବାବୁବାଲି ନିକଟରେ ବେଆଇନ ଭାବେ ମାଛ କରୁଥିବା ମା’ ଯମୁନା-୧, ମା’ ତାରିଣୀ, ଶିବ ତାରିଣୀ-୨, ଶିବତାରିଣୀ- ୩ ନାମକ ୪ଟି ଟ୍ରଲରକୁ ଜବତ କରାଯାଇଥିଲା। ଟ୍ରଲରରେ ଥିବା ହିମାଂଶୁ ମାନା, ହରେନ୍‌ ପ୍ରଧାନ, ସରୋଜ ମଣ୍ଡଳ, ସପନ ଦାସ, ଶଙ୍କର ଭୂୟାଁ, ବାଙ୍କେଶ୍ୱର ମାଇତି, ନନ୍ଦ ସ୍ୱାଇଁ, ନାସିର୍‌ ଅଲ୍ଲୀ ଖାଁ, ଶ୍ରୀନାଥ ମାନ୍ନା, ସଂଜୟ ମଳିକ, ଅରୁଣ ମଳିକ, ସେକ୍‌ ଖାଜମ ଉଦ୍ଦିନ୍‌, ଏସ୍‌.କେ. ସବୁଦ୍ଦିନ୍‌, ଭାଗିରଥି ମାଝି, ଅରବିନ୍ଦ ମଣ୍ଡଳ, ପ୍ରଶାନ୍ତ ମଣ୍ଡଳ, ଜୟୀରାମ ଆଡି ସୁବଳ କୁମାର ମଣ୍ଡଳ, ଅଶୋକ କୁମାର ସେଠୀ, ଅଭିମନ୍ୟୁ ଜେନା, ବିଶ୍ୱଜିତ୍‌ ଡିଙ୍ଗାଲ୍‌, ଜଗଦୀଶ୍‌ ବେରା, ନନ୍ଦନ କୁମାର ନାୟକ, ମହେଶ୍ୱର ମଣ୍ଡଳ, ସୁରେନ୍ଦ୍ର ମଲ୍ଲିକ, ଲମ୍ବୋଦର ମଲ୍ଲିକ, ବୁଦ୍ଧିଆ ଖିଲାର୍‌, ଶିବ ପ୍ରସାଦ ମଲ୍ଲିକ, ଯଦୁନାଥ ମଲ୍ଲିକ, ମାଗୁଣି ମଳିକ, ଲାଲୁ ପାତ୍ର ପ୍ରମୁଖ ୩୧ଜଣ ମତ୍ସ୍ୟଜୀବୀଙ୍କୁ ଧରାଯାଇ କୋର୍ଟଚାଲାଣ କରାଯାଇଛି। ଜବତ ୪ଟି ଟ୍ରଲରରୁ ୬ କୁଇଣ୍ଟାଲ ମାଛ ସମେତ ମାଛଧରା ଯନ୍ତ୍ର ଜବତ କରାଯାଇଛି।

ସମ୍ବନ୍ଧିତ ଖବର