ଯୁବତୀଙ୍କୁ ମାଡ଼: ଥାନାରେ ଏତଲା

କେନ୍ଦ୍ରାପଡା: ପାରିବାରିକ ଗଣ୍ଡଗୋଳକୁ ନେଇ ଜଣେ ଯୁବତୀଙ୍କୁ କେନ୍ଦ୍ରାପଡା ସହରର ଏକ ପୁରାତନ ଘରୋଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଅଧ୍ୟକ୍ଷଙ୍କ ପତ୍ନୀ ଓ ଯୁବତୀଙ୍କ ମଧ୍ୟରେ ଗତ ଗୁରୁବାର କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷୀପ୍ତ ହୋଇ ଅଧ୍ୟକ୍ଷ ଉକ୍ତ ଯୁବତୀଙ୍କୁ ମାଡ ମାରିଥିଲେ । ଯୁବତୀଙ୍କ ପରିବାର ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ହେବା ସହିତ ଅଧ୍ୟକ୍ଷ ମଧ୍ୟ ଟାଉନ ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ଉଭୟଙ୍କ ଅଭିଯୋଗକୁ ଭିତ୍ତି କରି ଟାଉନ ପୁଲିସ ଘଟଣାର ଅନୁସନ୍ଧାନ କରୁଛି ।

ସମ୍ବନ୍ଧିତ ଖବର