ଅଭିନେତ୍ରୀଙ୍କ ହାତରେ ବେଡ଼ି, ଶିକୁଳିରେ ବନ୍ଧା ଆଇଟିଆଇ ପରିବାର

ମହାକାଳପଡ଼ା ବ୍ଲକ୍‌ ରାମନଗର ଅଞ୍ଚଳର ମଞ୍ଚ ଅଭିନେତ୍ରୀ ଅଭିନେତ୍ରୀ ବଦନୀ ସାମଲ ମଞ୍ଚରେ ସୀତା ଅଭିନୟ କରି ଦର୍ଶକଙ୍କ ମନ ମୋହି ଦେଉଥିଲା । ୫ମ ଶେଣୀରୁ ପାଠ ଛାଡ଼ି ମାତ୍ର ୧୨ ବର୍ଷ ବୟସରୁ ଅଭିନୟ ଜଗତରେ ପାଦ ଦେଇଥିବା ବଦନିଙ୍କ ଅଭିନୟ ଚାତୁରି ଦର୍ଶକଙ୍କୁ ବାନ୍ଧି ରଖିଥିଲା । କିନ୍ତୁ ମାନସିକ ଭାରସାମ୍ୟ ହରାଇ ବସିବାରୁ ତାଙ୍କ ହାତରେ ବେଡି ପଡ଼ିଲା । ଶିକୁଳି ବନ୍ଧା ଜୀବନରୁ ମୁକ୍ତି ପାଇଁ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଲା। ୩ ମାସ କଟକ ମେଡିକାଲରେ ଚିକିତ୍ସିତ ହେବା ପରେ ମଞ୍ଚ ଅଭିନେତ୍ରୀଙ୍କ ଜବୀନରେ ପୁଣି ଫେରିଛି ହସଖୁସିର ମାହୋଲ ।
ସେହିପରି ରାଜକନିକା ବ୍ଲକ୍‌ର ଅବଦୁଲପୁର ପଞ୍ଚାୟତରେ ଏକ ପରିବାରର ୩ ଜଣ ଆଇଟିଆଇ ପାଠ ପଢ଼ିଥିବା ଶିକ୍ଷକ ଭାଇ ଭଉଣୀ ମାନସିକ ବିକୃତ ଘଟଣା ଲୋକ ଲୋଚନକୁ ଆସିବା ପରେ ପ୍ରଶାସନ ବଢ଼ାଇଥିଲା ସହାୟତାର ହାତ । ଭରତ ମଳିକ ଓ ଭୁଟୁରୀ ମଳିକଙ୍କ ପରିବାରର ଶିକୁଳିରେ ବନ୍ଧା ଥିବା ପୁଅ ଭଗବାନ, ପ୍ରଶାନ୍ତ, ପଦ୍ମନାଭ, ଝିଅ ଦୀପ୍ତିରେଖା ଓ ମମତାଙ୍କ ଜୀବନ ମୁକ୍ତି ମିଳିଥିଲା ।

ସମ୍ବନ୍ଧିତ ଖବର