କେନ୍ଦ୍ରାପଡ଼ା: ବିଜୁଳି ଆଘାତ ଲାଗି ବାଉଁଶ କଟାଳି ମୃତ

କେନ୍ଦ୍ରାପଡ଼ା: ଶନିବାର ମଧ୍ୟାହ୍ନରେ ପାଟକୁରା ଥାନା ଅନ୍ତର୍ଗତ ହରିଦାସପୁର ଗାଁ’ରେ ବିଜୁଳି ଆଘାତରେ ଜଣେ ବାଉଁଶ କଟାଳିଙ୍କର ମୃତ୍ୟୁ ଘଟିଛି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ତପନ ପରିଡ଼ା।

ତପନ ବାଉଁଶମୋଟାରୁ ବାଉଁଶ ହାଣି ବାହାର କରୁଥିବା ସମୟରେ ତାହା ଉପରେ ଟଣା ଯାଇଥିବା ୩୩ କେଭି ବିଜୁଳି ତାରରେ ବାଜିଥିଲା। ଫଳରେ କଂଚା ବାଉଁଶରେ ବିଜୁଳି ପ୍ରବାହିତ ହୋଇ ତପନଙ୍କୁ ଆଘାତ କରିବାରୁ ଘଟନା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ପାଟକୁରା ଥାନା ପୁଲିସ ଘଟଣାସ୍ଥଳକୁ ଯାଇଛି।

ସମ୍ବନ୍ଧିତ ଖବର