ନାଉଗାଁରୁ ଅପହୃତ ନାବାଳିକା ଢେଙ୍କାନାଳ ଭୁବନରୁ ଉଦ୍ଧାର

ଗାରୋଇ: ଡେରିକି ପଞ୍ଚାୟତ ବାଲିଚନ୍ଦ୍ରପୁରରେ ନିଜ ପରିବାର ସହ ରହୁଥିବା ତିରୁଣା ଗ୍ରାମର ଜଣେ ନାବଳିକାଙ୍କୁ ଗତ ୨୦ ତାରିଖରେ ଅପହରଣ କରାଯାଇଥିଲା। ତନାଘନା ଓ ତଦନ୍ତ ପରେ ଉକ୍ତ ନାବାଳିକାଙ୍କୁ ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଛି। ନାବାଳିକାଙ୍କୁ ଭୁବନ ଥାନା ଅଞ୍ଚଳର ବିପିନ କୁମାର ସାହୁ ଅପହରଣ କରି ନେଇଥିବା ନେଇ ତାଙ୍କ ମା’ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନାଉଗାଁ ପୁଲିସ ଏକ ମାମଲା (୧୦୧/୧୯) ରୁଜ୍ଜୁ କରି ଉଦ୍ଧାର ଉଦ୍ୟମ କରାଯାଇଥିଲା। ନାଉଗାଁ ପୁଲିସ ଓ ‌ଭୁବନ ପୁଲିସର ମିଳିତ ଉଦ୍ୟମରେ ସେଠାରୁ ଉକ୍ତ ନାବଳିକା ଓ ତାଙ୍କୁ ଅପହରଣ କରି ନେଇଥିବା ବିପିନଙ୍କୁ ଉଦ୍ଧାର କରିଥିଲା। ନାବାଳିକାଙ୍କୁ ଜଗତସିଂହପୁରର ଏକ ସ୍ବଳ୍ପ ରହଣୀ ଗୃହରେ ରଖାଯାଇଥିବା ବେଳେ ଅପହରଣକାରୀ ବିପିନଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଆଇଆଇସି ପ୍ରଜ୍ଞା ରୀତାମ୍ବରା କର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର