ଥାନା ଜିମା ଦିଆଗଲା ଲାଇସେନ୍‌ସ୍‌ପ୍ରାପ୍ତ ବନ୍ଧୁକ

ନିଶ୍ଚିନ୍ତକୋଇଲି: ଆସନ୍ତା ନିର୍ବାଚନ ଦୃଷ୍ଟିରୁ ମୋଟ୍ ୯ଟି ଲାଇସେନସ୍‌ପ୍ରାପ୍ତ ବନ୍ଧୁକ ରଖିଥିବା ବ୍ୟକ୍ତିଙ୍କୁ ନିଜ ନିଜର ବନ୍ଧୁକକୁ ଥାନାରେ ଦାଖଲ କରିବାକୁ ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡା ନୋଟିସ୍‌ ଜାରି କରିଥିଲେ। ବନ୍ଧୁକ ଦାଖଲ ନକଲେ ଲାଇସେନ୍ସ୍‌ ପ୍ରାପ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ କରାଯାଇଥିଲା। ତଦନୁସାରେ ୬ଟି ଲାଇସେନ୍ସ୍‌ପ୍ରାପ୍ତ ବନ୍ଧୁକ ରଖିଥିବା ବ୍ୟକ୍ତି ତାଙ୍କର ବନ୍ଧୁକ ଥାନାରେ ଜିମା ଦେଇଥିଲେ। ଅନ୍ୟ ତିନି ଜଣ ସଂପୃକ୍ତ ଥାନା ଅଂଚଳରେ ରହୁନାହାନ୍ତି। ସେମାନେ ଯେଉଁ ଥାନା ଅ‌ଂଚଳରେ ରହୁଛନ୍ତି, ସେହି ଥାନାରେ ଜିମା ଦେଇଥିବା କହିଛନ୍ତି। ନିର୍ବାଚନ ଆୟୋଗ ନିେର୍ଦ୍ଦଶକ୍ରମେ କଟକ ଜିଲ୍ଲା ଗ୍ରାମା‌ଞ୍ଚଳ ଏସ୍‌ପି ରାଧାଗୋବିନ୍ଦ ପାଣିଗ୍ରାହୀ ନିଶ୍ଚିନ୍ତକୋଇଲି ଥାନା ଅଧିକାରୀଙ୍କୁ ନିେର୍ଦ୍ଦଶ ଦେଇଥିଲେ।

ସମ୍ବନ୍ଧିତ ଖବର