ବଜ୍ରପାତ ନେଇଗଲା ଦୁଇ ଜୀବନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ତନାର ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଦୁଇଜଣ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଦୁଇ ଯୁବକଙ୍କ ନାମ ସୁଧାଂଶୁ ଗାହାଣ, ହିମାଂଶୁ ଗାହାଣ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସୁଧାଂଶୁ ଓ ହିମାଂଶୁ କେନ୍ଦ୍ରାପଡ଼ା ତନାର ଗ୍ରାମରେ ବସବାସ କରନ୍ତି। ଆଜି ସୁଧାଂଶୁ ଓ ହିମାଂଶୁଙ୍କ ସହିତ ଅନ୍ୟ ଦୁଇଜଣ ସାଙ୍ଗ ଭୋଜିଭାତ କରୁଥିଲେ। ଏହି ସମୟରେ ହଠାତ୍‌ ବିଜୁଳି ମାରିଥିଲା। ଫଳରେ ସୁଧାଂଶୁ ଓ ହିମାଂଶୁ ଘଟଣାସ୍ଥଳରେ ଅଚେତ ହୋଇପଡ଼ିଥିଲେ। ତୁରନ୍ତ ଦୁହିଁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର