କେନ୍ଦ୍ରାପଡ଼ାରେ କ୍ରୋଧ: ଖେଳ ସାମଗ୍ରୀ ବିତରଣ ବେଳେ ଯୁବତୀଙ୍କ ପେଟରେ ଷ୍ଟମ୍ପ ଭୁଷି ଦେଲା ଯୁବକ

କେନ୍ଦ୍ରାପଡ଼ା: କ୍ରୋଧ କେତେ ଭୟଙ୍କର ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଂଚଳରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ନୂଆଗାଁରେ ମଙ୍ଗଳବାର ବିଜୁ ଯୁବ ବାହିନୀ ପକ୍ଷରୁ ଖେଳ ସାମଗ୍ରୀ ବିତରଣ କରାଯାଇଥିଲା। ସରକାରଙ୍କ ତରଫରୁ ମିଳିଥିବା ଖେଳ ସାମଗ୍ରୀ କାହା ପାଖରେ ରହିବ ଏନେଇ ଗାଁର ମବୁଲ ମଳିକ ଓ କୁନା ମଳିକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଫଳରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହା ପରେ କୁନା ଓ ତା’ର ପରିବାର ଲୋକେ ବବୁଲକୁ ନିସ୍ତୁକ ମାଡ଼ ମାରିଥିଲେ। ଭାଇକୁ ବଂଚାଇବା ପାଇଁ ଭଉଣୀ ମଂଜୁଳା ଉଦ୍ୟମ କରିଥିଲା। ଫଳରେ ଉତ୍ତେଜିତ କୁନା ହାତରେ ଧରିଥିବା ଷ୍ଟମ୍ପକୁ ମଂଜୁଳାଙ୍କ ପେଟରେ ଭୁଶି ଦେଇଥିଲା।

ଘଟଣାକୁ ନେଇ ମଂଜୁଳାଙ୍କ ପିତା ପଟ୍ଟାମୁଣ୍ଡାଇରେ ଥାନା କରିଛନ୍ତି। ପୁଲିସ କୁନାକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ମଂଜୁଳାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର