ନାବାଳିକାକୁ ଦୁଷ୍କର୍ମ ଘଟଣା:ଅଭିଯୁକ୍ତ ଫେରାର

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଳକ ସାନଜରିଆ ପଞ୍ଚାୟତରେ ଜଣେ ନାବଳିକାକୁ ଦୁଷ୍କର୍ମ ଓ ଗର୍ଭବତୀ ଘଟଣାରେ ପୁଲିସ କାହାକୁ ଗିରଫ କରିବାରେ ସଫଳ ହୋଇ ନାହିଁ। ଘଟଣାକୁ ଦୁଇଦିନ ପୂରିଥିଲେ ମଧ୍ୟ ପୁଲିସ ଥାନାରେ ମାମଲା ରୁଜୁ କରି ଏହି ନାବାଳିକାର ଡାକ୍ତରୀମାଇନା କରାଇଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ନାବଳିକାର ପରିବାର ପକ୍ଷରୁ ନିବେଦନ କରାଯାଇଛି। ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ପୁଲିସ କହିଛି। ସାନଜରିଆ ଗ୍ରାମର ଜଣେ ଦିନ ମଜୁରିଆଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିବା ପରେ ସେ ବେସାହାରା ହୋଇପଡିଥିଲେ। ନାବାଳିକା ଝିଅ ଘର ସମ୍ଭାଳୁଥିଲା।

ବାପା କାମକୁ ଯିବାର ସୁଯୋଗ ନେଇ ନିଜ ଦାଦାପୁଅ ଭାଇ ଓ ଦାଦା ନାବାଳିକାକୁ ୭ମାସ ଧରି ଦୁଷ୍କର୍ମ କରିଆସୁଥିଲେ। ବିଭିନ୍ନ ସମୟରେ ଭୟଭୀତ କରିବା ସହ ପ୍ରଲୋଭନ ଦେଖାଇ ତାକୁ ଦୁଷ୍କର୍ମ କରୁଥିବା ଏତେଲାରେ ଦର୍ଶାଇଛନ୍ତି। ନାବଳିକା ୭ମାସ ଗର୍ଭବତୀ ହେବା ଜଣାପଡିବା ପରେ ସେ ଏ ନେଇ ବାପାଙ୍କୁ କହିଥିଲା। ଅଭିଯୁକ୍ତ ଦୁଇଜଣ ଏକଥା କାହାକୁ ନ କହିବା ପାଇଁ ସେମାନଙ୍କୁ ଭୟଭୀତ କରିଥିଲେ। ଶେଷରେ କିଛି ଗାଁ ଲୋକଙ୍କ ସହଯୋଗରେ ଉକ୍ତ ନାବାଳିକା ଥାନାକୁ ଆସି ଏତଲା ଦେଇଥିଲେ। ଘଟଣା ଥାନାକୁ ଆସିବା ଖବର ପାଇ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର