ଛାତ୍ରୀନେତ୍ରୀଙ୍କୁ ଫସାଇ ମୌଲବି ଗିରଫ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଛାତ୍ରୀନେତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ପରେ ଅନ୍ତର˚ଗ ମୁହୂର୍ତର ଫଟୋ ଭାଇରାଲ କରିବା ଅଭିଯୋଗରେ ଜଣେ ମୌଲବି ଗିରଫ ହୋଇଛନ୍ତି। ଗିରଫ ମୌଲବି ହେଉଛନ୍ତି ସେକ୍‌ ସଦ୍ଦାମ ଅଲ୍ଲୀ (୨୬)। ତାଙ୍କ ଘର ପଶ୍ଚିମବଙ୍ଗର ପଶ୍ଚିମ ମେଦିନପୁରର ସାବାର ବେଲଦା ଅଞ୍ଚଳରେ । ସେ ଗତ କିଛିବର୍ଷ ହେଲା ଆଳିର ଏକ ମଦ୍ରାସାରେ ମୌଲବି ଭାବେ ଯୋଗଦେଇ ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ୨ ବର୍ଷ ହେଲା ସେ ଏହି ଛାତ୍ରୀନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ବେଳେ ହଠାତ୍‌ ଛାତ୍ରୀନେତ୍ରୀଙ୍କ ଫଟୋକୁ ଭାଇରାଲ କରିବାରୁ ମନ୍ଦ ଉଦ୍ଦେଶ୍ୟ ପଦାରେ ପଡ଼ିଥିଲା।

ଆଇପିସିର ୪୧୭, ୪୨୦, ୫୦୬ ଦଫାରେ ଏକ ମାମଲା (କେସ୍‌ ନ˚ ୧୭୪) ରୁଜୁ କରି ମୌଲବିଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର