ସମ୍ବଲପୁର : ଖାକିରେ କଳାଦାଗ। ପ୍ରେମ ସ୍ବୀକାର ନକରିବାରୁ ଜଣେ ଛାତ୍ରୀଙ୍କ ଫଟୋକୁ ଫେସ୍ବୁକରେ ପୋଷ୍ଟ କରିବା ସହ ଜୀବନରୁ ମାରିଦେବାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଧନୁପାଲି ପୁଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରଥମ ଏସ୍ଏସ୍ ବାଟାଲିଅନ୍ର ପୁଲିସ୍ ସୁରେଶ ବିଭାର(୩୦)କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଭତରା ଅଞ୍ଚଳର ଜଣେ ଯୁବତୀ ନବମ ଶ୍ରେଣୀ ପଢ଼ୁଥିବା ବେଳେ ଯୁଯୁମୁରା ଥାନା ଗଡ଼ଲୋଇସିଂ ଗ୍ରାମର ସୁରେଶ ବିଭାର ଟିଉସନ ପଢ଼ାଇବାକୁ ଆସୁଥିଲା। ଏହି ସମୟରୁ ହିଁ ସୁରେଶ ଉକ୍ତ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା। ପୁଲିସ୍ରେ ଭର୍ତ୍ତି ହେବା ପରେ ୬ ମାସ ତଳେ ସୁରେଶ ଏନେଇ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। କିନ୍ତୁ ଯୁବତୀ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସୁରେଶ ଯୁବତୀଙ୍କୁ ଫୋନ୍ କରି ହଇରାଣ ହରକତ କରିବା ପରେ ଫେସ୍ବୁକରେ ଫଟୋ ଭାଇରାଲ କରିଥିଲେ। ଏନେଇ ଛାତ୍ରୀ ଜଣଙ୍କ ଆସି ଧନୁପାଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିବା ଧନୁପାଲି ଆଇଆଇସି କମଳ ପଣ୍ଡା ସୂଚନା ଦେଇଛନ୍ତି।
ଯୁବତୀଙ୍କୁ ଦୁର୍ବ୍ୟବହାର, ଯୁବକ ଗିରଫ
କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ସହରର ମହିପାଳ ଅଂଚଳରେ ଥିବା ଏକ ଜୁସ୍ ଦୋକାନରେ ଠିଆ ହୋଇଥିବା ଜଣେ ସଂଖ୍ୟାଲଘୁ ଯୁବତୀଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିବା ଜଣେ ଯୁବକକୁ ପୁଲିସ୍ ଗିରଫ କରିଛି। ଏହି ଯୁବକଙ୍କ ଘର ଯାଜପୁର ଅଂଚଳରେ। ଯୁବତୀ ଜଣକ ଜୁସ୍ ଦୋକାନରେ ଠିଆ ହୋଇଥିବା ବେଳେ ହଠାତ୍ ଯୁବକ ଜଣକ ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ସହ ଟଣା ଭିଡ଼ା କରିଥିଲା। ଏଥିରେ ଯୁବତୀ ଜଣକ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ ଓ ସେଠାରୁ ଖସି ଯାଉଥିବା ଯୁବକଙ୍କୁ ଅନ୍ୟମାନେ ମାଡ଼ି ବସି ଉତ୍ତମ ମଧ୍ୟମ ଦେଇଥିଲେ। ଟାଉନ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ ଗିରଫ କରିଥିବା ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/ar.jpg)