କିଏ ହେବେ ରାଜନଗରର ରାଜା? : କଂଗ୍ରେସର ତାଲିକାରେ ଜଣେ, ବିଜେଡିରୁ ଏକାଧିକ ଆଶାୟୀ, ବିଜେପିରେ ଅନ୍ତଃକନ୍ଦଳ ତେଜୁଛି

ରାଜନଗର, (ସୂର୍ଯ୍ୟନାରାୟଣ ଲେଙ୍କା) ଉପକୂଳ ଓଡିଶାର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ରାଜନଗର । ପ୍ରବାଦପୁରୁଷ ବିଜୁବାବୁଙ୍କୁ ରାଜନୈତିକ ଜୀବନ୍ୟାସ ଦେଇଥିଲା ରାଜନଗର। ରାଜନଗରର ଭୁମିପୁତ୍ର ନଳୀନକାନ୍ତ ମହାନ୍ତି ଏଠାରୁ ସାତ ସାତ ଥର କ୍ରମାଗତ ଭାବେ ବିଧାନସଭାକୁ ଯାଇଥିଲେ। ମାତ୍ର ନିର୍ବାଚନ ମଣ୍ଡଳୀ ପୁର୍ନଗଠନ ପରେ ନଳିନୀ ବାବୁଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା। ବିଧାନସଭା ଅଣକଂଗ୍ରେସ ଗଡ ତାର ଚରିତ୍ର ବଦଳାଇଛି। ଏବେ ଲଗାତାର ଦୁଇଥର ହେଲାଣି ନୂତନ ଦଳ ଓ ନୂଆ ନେତାଙ୍କୁ ପସନ୍ଦ କରୁଛନ୍ତି ଭୋଟର। ଏଭଳି ପରିସ୍ଥିତିରେ ଏଠାରେ ରାଜନୈତିକ ବାତାରବରଣ ବେଶ ଉଷ୍ମ। ଏବେଠାରୁ ଟକରା ଟକରି ସ୍ଥିତିରେ କଂଗ୍ରେସ, ବିେଜଡି ଓ ବିେଜପି।

ରାଜନଗର ବ୍ଲକର ୨୯ ପଞ୍ଚାୟତ, ପଟ୍ଟାମୁଣ୍ଡାଇ ବ୍ଲକର ୧୯ ପଞ୍ଚାୟତ ଓ ପଟ୍ଟାମୁଣ୍ଡାଇ ଏନଏସିକୁ ନେଇ ଏହି ଆସନ। ୨୦୦୯ରେ ବିେଜଡି ପ୍ରାର୍ଥୀ ଅଲେଖ ଜେନା ନଳିନୀଙ୍କୁ ହରାଇଥିଲେ। ଆଉ ୨୦୧୪ ନିର୍ବାଚନରେ ନଳିନୀଙ୍କ ପୁଅ ଅଂଶୁମାନ ମହାନ୍ତି ବିଜେଡିର ଧୁବ୍ର ସାହୁଙ୍କୁ ହରାଇ କଂଗ୍ରେସ ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ହେଲେ ଗତ ପଂଚାୟତ ନିର୍ବାଚନରେ ରାଜନଗରର ନିର୍ବାଚନ ମଣ୍ଡଳୀର ୬ଟି ଜିଲ୍ଲା ପରିଷଦ ଜୋନରୁ ୫ଟି ବିେଜଡିକୁ ଓ ଗୋଟିଏ ଯାଇଛି ବିେଜପି ହାତକୁ। କଂଗ୍ରେସ ଏଠାରେ ଖାତା ଖୋଲି ପାରିନାହିଁ |

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ବିଧାୟକ ଅଂଶୁମାନ ମହାନ୍ତ ପାର୍ଥୀ ହେବା ନିଶ୍ଚିତ। ଅନ୍ୟ କେହି ଦାବିଦାର ନାହାନ୍ତି। ତାଙ୍କର ନିର୍ବିବାଦୀୟ ଚେହେରାକୁ ନେଇ କଂଗ୍ରେସ ପୁଣି ମଇଦାନକୁ ଓହ୍ଲାଇବ।

ହେଲେ ଶାସକ ବିଜୁ ଜନତା ଦଳରୁ ଅଧ ଡଜନେରୁ ଅଧିକ ଆଶାୟୀ ପ୍ରାର୍ଥୀ ସାମ୍ନାକୁ ଆସିଲେଣି। ରାଜନଗର ନିର୍ବାଚନ ମଣ୍ଡଳୀର ନେତୃତ୍ବ ନେଉଥିବା ଧ୍ରୁବ ସାହୁଙ୍କ ବ୍ୟତୀତ ଆପିକଲ ଅଧ୍ୟକ୍ଷ କୃତିବାସ ପାତ୍ର, ଯୁବ ନେତା ବିଜୟ କୁମାର ରାଉତ, ଅଜିତ କୁମାର ନାୟକ,ପୂର୍ବତନ ରାଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗବନ୍ଧୁ ନାୟକ, ପଟ୍ଟାମୁଣ୍ଡାଇ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ନିଶିକାନ୍ତ ପ୍ରଧାନ ,ଆଲବମ ଅଭିନେତ୍ରୀ ସୁନିତା ପ୍ରଧାନ ଆଶାୟୀ ଅଛନ୍ତି। ରହିଛନ୍ତି।

ବିଜେପିରେ ବି ନେତୃତ୍ବ କନ୍ଦଳ ଶୀର୍ଷ ସ୍ତରରେ ପହଁଚିଛି । ପୂର୍ବତନ ବିଜେଡି ବିଧାୟକ ଅଲେଖ କୁମାର ଜେନା ବିେଜପିରେ। ହେଲେ ନୂଆ-ପୁରୁଣା ବିେଜପି ବିବାଦ ଉଗ୍ର ହେଲାଣି। ଦୀର୍ଘ ୧୫ ବର୍ଷ ଧରି ଦଳର ସଂଗଠନ କରିଥିବା ରାଜ୍ୟ ମୁଖପାତ୍ର ଜ୍ଞାନଦେବ େବହୁରା ଏଠାରୁ ଲଢିବା ପାଇଁ ଆଗ୍ରହୀ। ଏହାକୁ େନଇ ନିକଟରେ ବିେଜପି କର୍ମୀ ନିଜ ନିଜ ମଧ୍ୟରେ ମୁଥ ମରାମରି େହାଇଥିଲେ। ଏମାନଙ୍କ ବ୍ୟତୀତ। ଅଜୟ କୁମାର ବେହେରା, ବିଜୟ ନାୟକ, ସୁଧୀର କୁମାର ରାୟ, ସଦାଶିବ ଜେନା ରଶ୍ମି ରଂଜନ ପ୍ରଧାନ,ଦେବବ୍ରତ ମହାନ୍ତି, ସମୀର ପାତ୍ର ପ୍ରମୁଖ ପ୍ରାର୍ଥୀ ଦୌଡ଼ରେ ରହିଛନ୍ତି।

୨୦୧୪ ନିର୍ବାଚନ ଫଳାଫଳ

ଦଳ            ପ୍ରମୁଖ ପ୍ରାର୍ଥୀ           ଭୋଟ
କଂଗ୍ରେସ    ଅଂଶୁମାନ ମହାନ୍ତି       ୭୬,୮୬୦
ବିଜେଡି     ଧ୍ରୁବ ସାହୁ                ୭୧,୩୭୭
ବିଜେପି     ଜ୍ଞାନଦେବ ବେଉରା     ୬,୬୩୨

ସମ୍ବନ୍ଧିତ ଖବର