ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା:ପ୍ରତିଶ୍ରୁତି ପରେ ଅନଶନ ହଟିଲା

କେନ୍ଦ୍ରାପଡ଼ା: ଆଳି ବ୍ଲକ୍‌ ଦଶୀପୁର ଗ୍ରାମରେ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତାକୁ ନେଇ ଲାଗି ରହିଥିବା ସମସ୍ୟାର ଆଜି ଆପାତତଃ ଅନ୍ତ ଘଟିଛି । ଆଳି ବିଧାୟକ ଦେବେନ୍ଦ୍ରନାଥ ଶର୍ମାଙ୍କ ଉପସ୍ଥିତିରେ ଜିଲ୍ଲାପାଳ ରଘୁ ଜୀ ଆନ୍ଦୋଳନକାରୀଙ୍କୁ ବିଗତ ୨ ମାସର ବକେୟା ଥିବା ଖାଉଟି ସାମଗ୍ରୀ ବଣ୍ଟନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦଶୀପୁର ପଞ୍ଚାୟତରେ ଏହି ଖାଉଟି ସାମଗ୍ରୀ ବଣ୍ଟନ ବ୍ୟବସ୍ଥା କରାଯିବ । ଏଠାରେ ଥିବା ଡିଲର୍‌ଙ୍କ ବିରୋଧରେ ଖାଉଟି ସମାଗ୍ରୀ ହେରଫେର ନେଇ ଅଭିଯୋଗ ହେବା ପରେ ଡିଲରଙ୍କୁ ନିଲମ୍ବିତ କରାଯାଇଥିଲା । କିନ୍ତୁ ପାଖ ପଞ୍ଚାୟତର ଅନ୍ୟ ଜଣେ ଡିଲରଙ୍କଠାରୁ ଖାଉଟି ସାମଗ୍ରୀ ନ ଉଠାଇବାକୁ ଜିଦ୍‌ ଧରି ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏପରିକି ବାରମ୍ବାର ଆନ୍ଦୋଳନ ପରେ ଗତ ୩ ଦିନ ହେଲା ସେମାନେ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଅନଶନରେ ବସି ରହିଥିଲେ ।

ସମ୍ବନ୍ଧିତ ଖବର