୩ ଦୋକାନ ଜଳିଗଲା

ପଟ୍ଟାମୁଣ୍ତାଇ/ ଦାଣ୍ଡିସାହି: ପଟ୍ଟାମୁଣ୍ତାଇ ବ୍ଲକ୍ ଅଣ୍ତରା ହାଟ ବଜାରରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ତ ଘଟିଛି। ଏଥିରେ ଗୋଟିଏ ଗ୍ୟାରେଜ୍‌ ସହ ଦୁଇଟି ମିଠା ଦୋକାନ ପୋଡି ପାଉଁଶ ହୋଇଯାଇଛି। ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ସେଖ ରହେମାନଙ୍କ ଗ୍ୟାରେଜ ଦୋକାନରେ ହଠାତ ନିଆଁ ଲାଗିଥିଲା। ଦୋକାନ ଭିତରେ ଥିବା ୧୬ଟି ମଟରସାଇକେଲ ଓ ଅନ୍ୟ ସାମଗ୍ରୀଗୁଡିକ ପୋଡି ପାଉଁଶ ହୋଇଯାଇଛି। ଏହି ଗ୍ୟାରେଜ ଘରେ ଏକ ଗ୍ୟାସ ଟାଙ୍କି ଉପରକୁ ଉଠି ବିସ୍ପୋରଣ ହେବାରୁ ଭୟରେ କେହି ଦୋକାନ ପାଖକୁ ଯାଇନଥିଲେ। ଏହି ଦୋକାନ ନିକଟରେ ଥିବା ବିଜୟ ସାହୁ, ଶରତ ସାହୁ ଓ ପିତାମ୍ବର ମଲ୍ଳିକଙ୍କ ଦୋକାନ ପୋଡି ପାଉଁଶ ହୋଇଯାଇଥିଲା। ବିଜୟ ଓ ଶରତଙ୍କ ଦୋକାନ ଘରେ ଥିବା ଫ୍ରିଜ ଓ ଅନ୍ୟାନ୍ୟ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଖବରପାଇ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ସମାଜସେବୀ ଗଦାଧର ମଲ୍ଳିକ, ଚିତ୍ତ ର˚ଜନ ମଲ୍ଳିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଥିଲେ।

ସମ୍ବନ୍ଧିତ ଖବର