କେନ୍ଦ୍ରାପଡ଼ା: ଫୋନ୍‌ରେ ପଞ୍ଜାବରୁ ସ୍ତ୍ରୀଙ୍କୁ ତିନ୍‌ ତଲାକ ଦେଲେ ସ୍ୱାମୀ

କେନ୍ଦ୍ରାପଡ଼ା: ମଧ୍ୟପ୍ରଦେଶ ପରେ ଓଡ଼ିଶାରେ ମଧ୍ୟ ‘ତିନ୍‌ ତଲାକ’ ଅଭିଯୋଗ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ ବାଲିସାହିର ତକ୍‌ସୀମା ଖାତୁନଙ୍କୁ ତାଙ୍କ ସ୍ୱାମୀ ପଞ୍ଜାବରୁ ଫୋନ୍‌ ଯୋଗେ ତିନ୍‌ ତଲାକ ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ତକ୍‌ସୀମା ନ୍ୟାୟର ଅପେକ୍ଷାରେ ଅଛନ୍ତି।

ଓଡ଼ିଆ ଯୁବକ ସେକ୍‌ ରିଜା ପଞ୍ଜାବରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରନ୍ତି। ସେ ଚଳିତ ମାସ ୧୦ ତାରିଖରେ ଫୋନ୍‌ରେ ସ୍ତ୍ରୀଙ୍କୁ ତିନ୍‌ ତଲାକ ଦେଇଛନ୍ତି। ସ୍ୱାମୀଙ୍କ ଫୋନ୍‌ କଲ ପରେ ତକ୍‌ସୀମା ଭାଙ୍ଗି ପଡ଼ିଛନ୍ତି। ତକ୍‌ସୀମାଙ୍କ ଅଭିଯୋଗ ଅନୁସାରେ ସେ ୮ ମାସ ତଳେ ଚଉଦକୁଟାଳ ଅନ୍ତର୍ଗତ ଚନ୍ଦନପର ଗାଁର ସେକ୍‌ ରିଜାଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସମସ୍ତ ଯୌତୁକ ଏବଂ ଗହଣା ଦିଆଯାଇଥିଲା କିନ୍ତୁ ଏତିକିରେ ବର ପକ୍ଷ ସନ୍ତୁଷ୍ଟ ନଥିଲେ। ଯୌତୁକ ବାବଦରେ ଏକ ବୁଲେଟ ନ ମିଳିବାରୁ ସେ ତକ୍‌ସୀମାଙ୍କ ପ୍ରତି ଚାପ ପ୍ରୟୋଗ କରି ଆସୁଥିଲେ ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର