କେନ୍ଦ୍ରାପଡ଼ା: ଟ୍ରକ୍‌କୁ ପଛ ପଟରୁ ପିଟିଲା ପିକ୍‌ଅପ୍‌, ୨ ମୃତ

କେନ୍ଦ୍ରାପଡ଼ା: ଦୁହୁରିଆସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ପ୍ରାଣହାନୀ ଘଟିଛି। ମିଳିଥିବା ସୂଚନ ଅପରାହ୍ନରେ ଟ୍ରକ୍‌କୁ ପଛ ପଟରୁ ଏକ ପିକ୍‌ଅପ୍‌ ଧକ୍କା କରିବାରୁ ଘଟଣାସ୍ଥଳରେ ହିଁ ୨ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ କରୁଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ମୃତଦେହ ଗୁଡ଼ିକ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇଛି। ରିପୋର୍ଟ ଲେଖାଯିବା ବେଳକୁୁ ମୃତକମାନଙ୍କର ପରିଚୟ ମିିଳି ନାହିଁ।

ସମ୍ବନ୍ଧିତ ଖବର