କେନ୍ଦ୍ରାପଡ଼ା: ଏଲ୍‌ପିଜି ଗ୍ୟାସ୍‌ ବିସ୍ଫୋରଣ ଘଟି ୨ ପୂର୍ବତନ ପ୍ରତିରକ୍ଷା କର୍ମୀଙ୍କ ପ୍ରାଣ ଗଲା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର ଖରିଣାସି ଗ୍ରାମରେ ଏକ ଏଲ୍‌ପିଜି ସିଲିଣ୍ଡର୍‌ ବିସ୍ଫୋରଣ ଘଟିବାରୁ ସେଠାରେ ଥିବା ଦୁଇ ଜଣ ପୂର୍ବତନ ପ୍ରତିରକ୍ଷା କର୍ମୀଙ୍କର ମୃତ୍ୟୁ ଘଟିଛି। ଏହି ଦୁଇ ପୂର୍ବ ପ୍ରତିରକ୍ଷା କର୍ମୀ ହେଉଛନ୍ତି ନୟାଗଡ଼ ଜିଲ୍ଳାର ପିସି ସାମନ୍ତରାୟ ଏବଂ ବ୍ରହ୍ମପୁରର ଏସ୍‌କେ ସାହୁ।

ଦୁଇ ଜଣ ଯାକ ପୂର୍ବରୁ ପ୍ରତିରକ୍ଷା ବିଭାଗରେ କାମ କରୁଥିଲେ ଓ ସଂପ୍ରତି ସେ ଜାମ୍ବୋ ମେରାଇନ୍‌ ପୁଲିସ୍‌ର ନାବିକ ଭାକେ କାର୍ଯ୍ୟରତ ଥିଲେ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଗତ କାଲି ରାନ୍ଧଣା ଗ୍ୟାସ୍‌ ବିସ୍ଫୋରଣ ଘଟିବାରୁ ଅଗ୍ନିକାଣ୍ଡ ଘଟିଥିଲା। ଏହି ନିଆଁ ସଙ୍ଗେ ସଙ୍ଗେ ଚାରିଆଡ଼କୁ ବ୍ୟାପୀ ଯାଇଥିଲା।

ଯେଉଁ ଘରେ ନିଆଁ ଲାଗିଥିଲା ସେଠାରେ ସାମନ୍ତରାୟ ଥିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସାହୁଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟ ହେଡ୍‌କ୍ୱାଟରସ ହସ୍ପିଟାଲ୍‌(ଡିଏଚ୍‌ଏଚ୍‌)କୁ ନିଆ ଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର