ପୁତୁରାର ଠେଙ୍ଗା ମାଡ଼ରେ ବଡ଼ବାପା ଓ ବଡ଼ବୋଉ ମୃତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମପଞ୍ଚାୟତର ମଧୁସୂଦନପୁର ଗାଁରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ପୁତୁରାର ଠେଙ୍ଗା ମାଡ଼ରେ ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୩ଜଣ ଗୁରୁତର ଭାବେ ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।

ମିଳିଥିବା ଖବର ଅନୁସାରେ ମଙ୍ଗରାଜପୁର ଗ୍ରାମପଞ୍ଚାୟତର ମଧୁସୂଦନପୁର ଗ୍ରାମରେ ଜମିଜମାକୁ ନେଇ ଦୁଇ ପରିବାର ମଧ୍ୟରେ ଲାଗିରହିଥିଲା ବିବାଦ। ଆଜି ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡ଼ା ହେବାରୁ ଏଥିରେ ଉତ୍ତେଜିତ ହୋଇ ପୁତୁରା ଅମର ବିକ୍ରମ ଦାଶ ନିଜର ବଡ଼ବାପା ଓ ବୋଉକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି। ମୃତକମାନେ ହେଲେ ଧ୍ରୁତ ଦାସ ଓ ସରସ୍ୱତୀ ଦାସ। ଏଥିସହିତ ଅକ୍ଷୟ ଦାସ, ପ୍ରତିମା ଓ କେତକୀ ଦାସ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି କେନ୍ଦ୍ରାପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇଁ ପାଟକୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର