ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଡେରାବିଶ: ଡେରାବିଶ ଥାନା ଅନ୍ତର୍ଗତ କାଇପଦା ପଞ୍ଚାୟତ ବାଘିଲୋ ବାବନପୁର (ବ୍ରହ୍ମପୁର) ଗାଁରେ ଆଜି ଜନୈକା ଯୁବତୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି । ଖବର ପାଇ ଡେରାବିଶ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିବା ଜଣା ପଡ଼ିଛି । ନ୍ୟୁଜ୍‌ ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ପୁଲିସ୍‌ ସୂତ୍ରରୁ ଜଣାପଡିଛି ।
ସୂଚନାରୁ ପ୍ରକାଶ ଯେ ଡେରାବିଶ ବ୍ଲକ୍‌ ଅନ୍ତର୍ଗତ ବେଣିପୁର ପଞ୍ଚାୟତ ଛୋଟି ଗ୍ରାମର କ୍ଷୀର ମଲ୍ଲିକ୍‌ଙ୍କ ଝିଅ ରଶ୍ମିତା(୨୬) ବାଘିଲୋ ବାବନପୁର ଗ୍ରାମର ପୀତାମ୍ବର ମଲ୍ଲିକ୍‌ଙ୍କ ପୁଅ ଶ୍ରୀକାନ୍ତଙ୍କୁ(୨୭) ବିବାହ କରିଥିଲେ । ରଶ୍ମିତାଙ୍କ ଅବିବାହିତା ସାନ ଭଉଣୀ ମୀନାକ୍ଷି(୨୦) ବଡ଼ ଭଉଣୀର ଶାଶୂ ଘରେ କିଛି ଦିନ ଧରି ରହି ଆସୁଥିଲେ । ଉଭୟ ଶାଳୀ ଭିଣୋଇଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହି ଘଟଣାକୁ କେନ୍ଦ୍ରକରି ଦୁଇ ଭଉଣୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବା ବିବାଦ ଲାଗି ରହିଥିଲାା ଏପରିକି ଆଜି ପୂର୍ବାହ୍ନରେ ଉଭୟଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଥିଲା । ମଧ୍ୟାହ୍ନରେ ମୀନାକ୍ଷି ବିଲକୁ ଯାଇ ମୂଷା ଓଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା ବୋଲି ତାଙ୍କ ବଡ଼ ଭଉଣୀ ପୁଲିସ୍‌କୁ କହିିଛନ୍ତି। ମୀନାକ୍ଷି ବାନ୍ତି କରିବାରୁୁ ଭିଣୋଇ ତାଙ୍କୁ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ମାତ୍ର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଡ଼ାକ୍ତର ତାଙ୍କୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ମେଡ଼ିକାଲକୁ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ପରିବାର ପକ୍ଷରୁ ପୁଲିସ୍‌ ନିକଟରେ କୌଣସି ସୂଚନା ଦିଆଯାଇ ନଥିଲା । ହେଲେ ବିଶେଷ ସୂତ୍ରରୁ ଖବର ପାଇ ଡେରାବିଶ ଥାନା ଅଧିକାରୀ ସୁଧିର କୁମାର ସାହୁଙ୍କ ନେତୃତ୍ୱରେ ଏସ୍‌ଆଇ ପ୍ରଦ୍ୟୁମ୍ନ କୁମାର ବେହେରା ଏବଂ ଏଏସ୍‌ଆଇ ଭାଗବତ ମହାଳି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତିା

ସମ୍ବନ୍ଧିତ ଖବର