କେନ୍ଦୁଝର: ସଡ଼କ ଦୁର୍ଘଟଣାରୁ ଗୁରୁବାର କେନ୍ଦୁଝର ଏସ୍ପି ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ତୁରୁମୁଙ୍ଗା ଥାନାର ଝାରବେଡ଼ା ଛକରେ ନିକଟ ଏକ ଟ୍ରକ୍ ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କ ଗାଡ଼ିକୁ ଧକ୍କା ଦେଇଛି। ଏସ୍ପି ଶ୍ରୀ ମହାପାତ୍ରଙ୍କ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତାଙ୍କର କିଛି ହୋଇ ନଥିବା ଜଣାପଡ଼ିଛି। ଘଟନା ପରେ ପୁଲିସ ସଂପୃକ୍ତ ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖି ପଚରାଉଚରା କରୁଛି।
ରିପୋର୍ଟ ଅନୁସାରେ ଏସ୍ପି ଶ୍ରୀ ମତ୍ରଭାନୁ ଆଜି ତୁରୁମୁଙ୍ଗା ପୁଲିସ ଷ୍ଟେସନ୍ ପରିଦର୍ଶନରେ ଯାଉଥିଲେ। ଝାରବେଡ଼ା ଛକ ନିକଟରେ ପହଞ୍ଚିବା ପରେ ବିପରୀତ ଦିଗରୁ ଆସୁଥିବାଏ୍ ଟ୍ରକ୍ ଏସ୍ପିଙ୍କ କାରକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କାରର କାରର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି। ଏସ୍ପି ଶ୍ରୀ ମିତ୍ରଭାନୁ ସୁରକ୍ଷିତ ଅଛନ୍ତି। ପୁଲିସ ଟ୍ରକ୍କୁ ଜବତ କରି ଘଟଣାର ତଦନ୍ତ କରୁଛି। ରିପୋର୍ଟ ଲେଖାଯିବା ବେଳକୁ ଗାଡ଼ିର ଚାଳକ ଓ ହେଲପର ଥାନାରେ ଅଟକ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Khhr.jpg)