ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୧୦ ଆହତ

ହାଟଡ଼ିହି : ସୋସୋ ଥାନା ଅନ୍ତର୍ଗତ ପଣ୍ଡାଡ଼ୋ ପଞ୍ଚାୟତର ତେନ୍ତୁଲିପଦି ଗ୍ରାମରେ ଆଜି ରାତି ୯ଟା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ୧୦ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ରାତି ପ୍ରାୟ ୯ଟା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟ ସଂଘର୍ଷ ଘଟିଥିଲା। ଉଭୟ ଗୋଷ୍ଠୀ ପରସ୍ପରକୁ ଖଣ୍ଡା, ଭୁଜାଲି ପ୍ରଭୃତିରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଗ୍ରାମର ବିଏସ୍‌ଏଫ୍‌ ଯବାନ ମନୋଜ ଲେଙ୍କା, ଓଡ଼ିଶା ପୁଲିସର ଜଗନ୍ନାଥ ସ୍ୱାଇଁ ଓ ତ୍ରିଲୋଚନ ଘଡ଼େଇ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଗ୍ରାମର ଧନେଶ୍ୱର ଜେନା, ପ୍ରଦୀପ ଜେନା, ଶିବାନନ୍ଦ ଧଳ, ନାଏବ ସରପଞ୍ଚ ପର୍ଶୁରାମ ଘଡେଇ ପ୍ରମୁଖ ଆହତ ହୋଇଛନ୍ତି। ଗୋଷ୍ଠୀ ସଂଘର୍ଷ ଖବର ପାଇ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଉଦ୍ୟମ ଚଳାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର