ଘସିପୁରା ତହସିଲର ଚଢ଼ଉ: ୫ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ୍‌

ଆନନ୍ଦପୁର: ଘସିପୁରା ତହସିଲ ପକ୍ଷରୁ ଆଜି ଦୁଇଟି ସ୍ଥାନରେ ଚଢଉ କରାଯାଇଛି। ୫ଟି ବାଲି ଓ ମୋରମ ବୋଝେଇ ଟ୍ରାକ୍ଟର ସହିତ ଏକ ଜସେିବି ମେସିନ୍ ଜବତ୍ କରାଯାଇଛି।

ଶାଳପଡ଼ା ଏବିସି ମୌଜାର ଚଉମୁହିଁ ପଥର ଖାଦାନରେ ବେଆଇନ୍ ମୋରମ ଚାଲାଣ କରାଯାଉଥିବା ଖବରପାଇ ଆଜି ପୂର୍ବାହ୍‌ଣରେ ଅତିରିକ୍ତ ତହସିଲଦାର ମାଧବ ଚନ୍ଦ୍ର ବିରୁଆ ଓ ରାଜସ୍ବ ନିରୀକ୍ଷକ ରାଜକିଶୋର ଜେନା ସ୍ବତନ୍ତ୍ର ପୁଲିସ୍‌ ସ୍କ୍ବାଡ୍‌ ସହିତ ଅଚାନକ ଚଢଉ କରିଥିଲେ। ଘଟଣାସ୍ଥଳରୁ ଦୁଇଟି ମୋରମ ବୋଝେଇ ଟ୍ରାକ୍ଟର ସହିତ ଖୋଳୁଥିବା ଜେସିବିକୁ ଜବତ୍ କରାଯାଇଥିଲା। ଅନ୍ୟ ଦୁଇଟି ଟ୍ରାକ୍ଟର ଖସି ଯାଇଥିବାବେଳେ ଆଇନ୍ ଅନୁସାରେ ଟ୍ରାକ୍ଟର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ତହସିଲ ପକ୍ଷରୁ ତନାଘନା ଚାଲିଛି। ଏହାପରେ ଭଗାନଇ ନିକଟରେ କୁଶେଇ ନଦୀରୁ ଚୋରା ବାଲିଚାଲାଣ କରାଯାଉଥିବା ବେଳେ ସେଠାରେ ଚଢଉ କରାଯାଇଥିଲ। ସେଠାରେ ୩ଟି ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ୍ କରାଯାଇଛି। ମାଫିଆଙ୍କ ବିରୋଧରେ ତହସିଲ ପକ୍ଷରୁ  ଚଢଉ ଜାରି ରହିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର