୯ ଚୋରା ବାଇକ୍‌ ଜବତ, ୫ ଗିରଫ

ବଡ଼ବିଲ:ବଡ଼ବିଲ ପୁଲିସ ବାଇକ୍‌ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୯ଟି ଚୋରା ବାଇକ୍‌ ଜବତ କରିଛି।
ବଡ଼ବିଲ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ସୂଚନା ଅନୁଯାୟୀ, ବଡ଼ବିଲ ଥାନା କଳିଙ୍ଗ ଲୁହା କାରଖାନା କଲୋନି ମଧ୍ୟରୁ ଗତ ୧୦ ତାରିଖରେ ଦିନ ଦ୍ଵିପ୍ରହରରେ ଏକ ପଲସର ବାଇକ୍‌ ଚୋରି ହେବା ନେଇ ବଡ଼ବିଲ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା।

ଗତକାଲି ସନ୍ଧ୍ୟାରେ ବଡ଼ବିଲ-ଯୋଡା ହାଇେଓ୍ଵ ରାସ୍ତାର କିରିବୁରୁ ଛକରେ ପୁଲିସ ପକ୍ଷରୁ ବାଇକ୍‌ ଯାଞ୍ଚ ସମୟରେ ଉକ୍ତ ଚୋରା ବାଇକ୍‌କୁ ଜବତ କରାଯାଇଥିଲା। ଏହି ଘଟଣାରେ ଜଣେ ଯୁବକକୁ ପୁଲିସ ଅଟକ ରଖି ପଚରାଉଚୁରା ଜାରି ରଖିଥିଲା। ପରେ ଅଟକ ଯୁବକର ସହଯୋଗରେ ପୁଲିସ ଜଣେ ନାବାଳକ ସହ ୫ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୯ଟି ଚୋରା ବାଇକ୍‌ ଜବତ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀ ନଗର ଅଞ୍ଚଳର ଜଣେ ନାବାଳକ, ଆଜାଦବସ୍ତିର ଏମ୍‌ଡି. ଅଜିମ୍‌, ସୋୟାବାଲିର ଅର୍ଜୁନ ସୋରେନ୍‌, ଦାମୁହଟିଂର ଅନିଲ ପାତ୍ର ଓ ଓ୍ଵାର୍ଡ ନମ୍ବର-୪ର ବିକାଶ ପ୍ରଧାନ। ସେମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର