ଆମ୍ବୁଲାନ୍‌ସ ଦୁର୍ଘଟଣାରେ ୧୧ ଆହତ, ଜଣେ ଗୁରୁତର

ଯୋଡା: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ସିଲ୍‌ଯୋଡା-ଗୁରୁଡା ରାସ୍ତାରେ ରବିବାର ଏକ ଆମ୍ବୁଲାନ୍‌ସ ଦୁର୍ଘଟଣାରେ ୧୧ ଜଣ ଆହତ ଓ ଜଣେ ଗୁରୁତର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଆମ୍ବୁଲାନ୍‌ସରେ ଯୋଡାରୁ ସିଲ୍‌ଯୋଡାକୁ ଫେରୁଥିବା ସମୟରେ ଆମ୍ବୁଲାନ୍‌ସର ଯାନ୍ତ୍ରିକ ତୃଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲାା ଉକ୍ତ ଗାଡିରେ ବସିଥିବା ସିଲ୍‌ଯୋଡା ଗ୍ରାମର ରମେଶ ବୋଦ୍ରା, ଦୀପକ ଲାଗୁରୀ, ସମ୍ଭୁନାଥ ପ୍ରଧାନ, ଶିବାନୀ ମୁଣ୍ଡା, କିର୍ପା କଚକ, ପୁଷ୍ପଲତା ସୁଣ୍ଡି, ଲକ୍ଷ୍ମୀ ପିଙ୍ଗୁଆ, ପୁଜା ପିଙ୍ଗୁଆ, ଲକ୍ଷ୍ମୀ ବେହେରା, ଲକ୍ଷ୍ମୀ ପ୍ରିୟାସୀ, ଗାୟତ୍ରୀ ସିତାରୀ ଓ ତାଙ୍କ ଶିଶୁ ପୁତ୍ର ଆୟୁସ ସିତାରି ଆହତ ହୋଇଥିଲେ । ଉକ୍ତ ଗ୍ରାମବାସୀମାନଙ୍କ ମଧ୍ୟରୁ ଗାୟତ୍ରୀ ସିତାରୀ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ଯୋଡାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତିି କରାଯାଇଛି । ବାମେବାରୀ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର