ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ହାଟଡ଼ିହି: ନନ୍ଦିପଦା ଥାନା ଅମୃତପୁର‌ର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟିଥିବା ଜଣାପଡ଼ିଛି। ଗତ ତିନିଦିନ ତଳେ ଅମୃତପୁରର ଲକ୍ଷ୍ମୀଧର ଜେନାଙ୍କ ପୁଅ ସାଗର ଶାଳଣିଅଁା ଲକ୍ଷ୍ମୀପୂଜା ବୁଲିବାକୁ ଆସିଥିଲେ। ଫେରୁଥିବା ବେଳେ ଆଇତିପୁର ଗଁା ନିକଟରେ ଗଦାଧର ଦାସ, ବନମାଳୀ ଦାସ, ଜଗା ଦାସ ତାଙ୍କୁ ଆକ୍ରମଣ କରିଥିଲେ। ସାଗରଙ୍କ ମୁଣ୍ଡ, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିବା ସହ ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିଲେ। ଖବର ପାଇ ପରିବାର ଲୋକେ ପହଞ୍ଚି ତାଙ୍କୁ ପ୍ରଥମେ ଶାଳଣିଆଁ ପରେ ଭଦ୍ରକ ଡାକ୍ତରଖାନା ନେଇଥିଲେ। ଏ ନେଇ ଲକ୍ଷ୍ମୀଧର ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ଆଇତିପୁର ଗ୍ରାମର ଜଣେ ମହିଳା ଓ ତାଙ୍କ ଝିଅକୁ ଅସଦାଚରଣ କରିବା ସହ ଶାଢ଼ି ଟଣା ଓଟରା କରିଥିବା ନେଇ ନନ୍ଦିପଦା ଥାନାରେ ପାଲଟା ଅଭିଯୋଗ ହୋଇଛି। ପରେ ପୁଲିସ କେସ୍‌ ନମ୍ବର ୧୩୦/୧୮ ଓ ୧୩୧/୧୮ରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର