ବାଇକ  ଲୁଟ୍‌ ଉଦ୍ୟମ, ୨ ଗିରଫ

0

ପାଟଣା: ପାଟଣା ବ୍ଲକ ତୁରୁମୁଙ୍ଗାର ବ୍ୟବସାୟୀ ମନୋଜ ପୃଷ୍ଟିଙ୍କୁ ଗତକାଲି କିଛି ଦୁର୍ବୃତ୍ତ ପିଛାକରି ବାଇକ୍‌ ଲୁଟ୍‌ କରିବାକୁ ଉଦ୍ୟମ କରିଛନ୍ତି। ଏହି ଘଟଣାରେ ପୁଲିସ ୨ ଜଣକୁ ଗିରଫ କରିଛି। ଗତକାଲି ରାତିରେ ମନୋଜ କରଞ୍ଜିଆରୁ ତୁରୁମୁଙ୍ଗା ଫେରୁଥିବା ବେଳେ ତାଙ୍କୁ ପିଛା କରୁଥିବା କିଛି ଦୁର୍ବୃତ୍ତ ତୁରୁମୁଙ୍ଗା ପୋଲ ପାଖରେ ତାଙ୍କ ବାଇକକୁ ଧକ୍କା ଦେଇଥିଲେ। ସେ ପଡ଼ିଯିବାରୁ ତାଙ୍କ ବାଇକ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। କୌଶଳ କରି ମନୋଜ ନିଜ ବାଇକ ଚାବି ନେଇ ତୁରୁମୁଙ୍ଗା ଥାନାରେ ପହଞ୍ଚିଥିଲେ। ତେବେ ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ ଛଡ଼ାଇ ନେଇଥି‌ଲେ। ପୁଲିସ ଘଟଣାସ୍ଥଳରୁ ବାଇକ ଉଦ୍ଧାର କରିଥିଲା। ପୁଲିସ ତୁରୁମୁଙ୍ଗା ନିକଟ ଡୁମୁରିଗୋଡ଼ାରୁ ୫ ଜଣଙ୍କୁ ସନ୍ଦେହରେ ଉଠାଇ ଆଣି ପଚରା ଉଚରା କରିଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ପଶ୍ଚିମ ସିଂହଭୂମି ଜିଲ୍ଲା ଜଗନ୍ନାଥପୁର ଗ୍ରାମର ବଳଭଦ୍ର ଗୋପ (୨୨) ଓ ରରୁଆଁ ଅଙ୍ଗାରପଡ଼ା ଗ୍ରାମର ଚନ୍ଦନ ପାତ୍ର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.