କେନ୍ଦୁଝର: ମାଲବାହୀ ଟ୍ରେନ୍‌ ଧକ୍କାରେ ମାଈ ହାତୀର ମୃତ୍ୟୁ

କେନ୍ଦୁଝର/ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାରେ ନିକଟରେ ବିଦ୍ୟୁତ ତାର ଲାଗି ୭ ହାତୀ ମୃତ୍ୟୁ ହେବା ଘଟଣାକୁ ଲୋକେ ଭୁଲି ନଥିବା ବେଳେ ବୁଧବାର ରାତି ୧୦ଟା ୩୦ରେ କେନ୍ଦୁଝର ଜିଲ୍ଲାରେ ପୁଣି ଏକ ମାଈ ହାତୀର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ସଦର ରେଞ୍ଜ ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ଏକ ମାଲବାହୀ ଟ୍ରେନ୍‌ ଧକ୍କା ଦେବାରୁ ମାଈ ହାତୀର ମୃତ୍ୟୁ ଘଟିଛି।

ହାତୀ ପଳ ଟ୍ରେନ୍‌ଲାଇନ୍‌ ଅତିକ୍ରମ କରୁଥିବା ବେଳେ ମାଲବାହୀ ଟ୍ରେନ ଧକ୍କା ଦେଇଥିଲା। ସୂଚନା ଅନୁସାରେ ଆଖପାଖ ଅଞ୍ଚଳରେ ପ୍ରାୟ ୭ଟି ହାତୀ ଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ବେଳକୁ ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର