ନ୍ୟାୟ ପାଇଁ ସ୍ୱାମୀ ନିର୍ଯାତିତା ମହିଳାଙ୍କ ଗୁହାରି

ଚମ୍ପୁଆ:ଚମ୍ପୁଆ ଥାନା ଇନ୍ଦ୍ରପ୍ରସ୍ଥ ଗ୍ରାମର ମମତା ଖିଲାର ନ୍ୟାୟ ପାଇଁ ଚମ୍ପୁଆ ତାଲୁକ ଆଇନ୍‌ ସେବା ସମିତିର ଦ୍ୱାରସ୍ଥ ହୋଇଛନ୍ତି। ମମତା ୨୦୦୨ ମସିହାରେ ବିବାହ କରିଥିବା ବେଳେ ତାଙ୍କ ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଚାଲିଥିଲା। ତେବେ ବିବାହର ଛଅ ମାସ ପରେ ଅଧିକ ଯୌତୁକ ଦାବି କରି ତାଙ୍କ ସ୍ୱାମୀ ନିର୍ଯାତନା ଦେବାରୁ ମମତା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ସ୍ୱାମୀ ଗୋବର୍ଧନ ଖିଲାରଙ୍କୁ ଗିରଫ କରିଥିଲା। ପତ୍ନୀଙ୍କୁ ମାରପିଟ୍‌ ନକରି ଭଲରେ ରହିବାକୁ କୋର୍ଟରେ ବୁଝାମଣା କରି ଗୋବର୍ଧନ ମୁକୁଳିଥିଲେ। କିନ୍ତୁ ପରେ ସେ ପୂର୍ବ ପରି ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ମମତା ପୁଲିସ ନିକଟରେ ଫେରାଦ ହୋଇଥିଲେ। ପୁଲିସଠାରୁ ନ୍ୟାୟ ନପାଇବାରୁ ମମତା ତାଙ୍କର ଦୁଇ ପୁଅ ଝିଅଙ୍କ ସହିତ ତାଲୁକ ଆଇନ ସେବା ସମିତିର ଦ୍ୱାରସ୍ଥ ହୋଇ ସହାୟତା ପାଇଁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର