ଭିଜିଲାନ୍ସ ଜାଲରେ ଜିଆର୍‌ଏସ:୧ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

କେନ୍ଦୁଝର: ବକେୟା ବିଲ୍‌ କରାଇଦେବା ପାଇଁ ୧ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଜି କେନ୍ଦୁଝର ସଦର ବ୍ଲକ କଣ୍ଡରାପଶି ପଞ୍ଚାୟତର ଜିଆର୍‌ଏସ ଜ୍ୟୋତ୍ସ୍ନା ମୁନୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କଣ୍ଡରାପଶିର ବିପିନ ବିହାରୀ ମହାକୁଡ଼ଙ୍କ ପତ୍ନୀ ସଂଯୁକ୍ତା ମହାକୁଡ଼ଙ୍କୁ ଏକ ପ୍ରଧାନମନ୍ତ୍ରୀ ଆବାସ ମିଳିଥିଲା। ସେହି ଗୃହ କାର୍ଯ୍ୟର ବକେୟା ୧୬ ହଜାର ୭୨୦ ଟଙ୍କାର ବିଲ୍‌ କରାଇଦେବା ପାଇଁ ଜିଆରଏସ ତାଙ୍କୁ ଲାଞ୍ଚ ମାଗିଥିଲେ। ଶେଷରେ ବିପିନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଜିଆରଏସଙ୍କୁ ଧରିବା ପାଇଁ ଭିଜିଲାନ୍ସ ଜାଲ ବିଛାଇଥିଲା। ଆଜି ପୂର୍ବାହ୍‌ଣ ସାଢ଼େ ୧୧ଟାରେ ବିପିନଙ୍କଠାରୁ ଜିଆର୍‌ଏସ ମୁନୀ ୧ ହଜାର ଟଙ୍କା ଲାଞ୍ଚ ନେଉଥିଲାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ରଙ୍ଗେହାତ୍‌ ଧରିଥିଲେ। ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏଥିସହିତ ଭିଜିଲାନ୍ସ ତାଙ୍କ ସ୍ୱାମୀଙ୍କ ଝୁମ୍ପୁରାସ୍ଥିତ ସରକାରୀ ବାସଭବନରେ ମଧ୍ୟ ଚଢ଼ଉ କରିଥିଲା। ଜିଆର୍‌ଏସ ମୁନୀଙ୍କ ଘର ସଦର ଥାନା ଝଡ଼ାପଶି ଗ୍ରାମରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର