କାଳବୈଶାଖୀ ଘର ଭାଙ୍ଗିଲା, ଜୀବନ ନେଲା

ବଡ଼ବିଲ: ବଡ଼ବିଲରେ ଆଜି କାଳବୈଶାଖୀ ୪ ଘର ଭାଙ୍ଗିବା ସହ ଗୋଟିଏ ଜୀବନ ନେଇଯାଇଛି। ଅନ୍ୟଜଣେ ଗୁରୁତର ହୋଇଛନ୍ତି। ଝଡ଼ତୋଫାନ ପ୍ରଭାବରେ ୪ ପରିବାରର ୪ ଘରକାନ୍ଥ ଭୁଶୁଡ଼ି ପଡ଼ିଛି।
ପ୍ରବଳ ବର୍ଷାରେ ବଡ଼ବିଲ ପୌରାଞ୍ଚଳ ପିଏଚ୍‌ଡି ଅଞ୍ଚଳ ବାକଲହଟିଂର ଫୁଲଚାନ୍ଦ କାଣ୍ଡୁଲାନା, ଭାଗୀରଥି ବିରୁଆ, ଭୀମସେନ ତିରିୟା ଓ ମଥୁରା ସାମଦଙ୍କ ଘର କାନ୍ଥ ଭାଙ୍ଗିଛି। ଅନ୍ୟପକ୍ଷେ ବଜ୍ରାଘାତରେ ରୁଗୁଡ଼ି ଥାନା ଅନ୍ତର୍ଗତ ପରମସାହି ଗ୍ରାମର ତିରଣ ମୁଣ୍ଡ(୩୨ବର୍ଷ) ଙ୍କର ମୃତ୍ୟୁ ହୋଇଛି। ଗତକାଲି ରାତି ୯ ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ବଜ୍ରାଘାତରେ ପିଏଚ୍‌ଡି ଅଞ୍ଚଳର କୈବଲ୍ୟ ନାଏକ ଆହତ ହୋଇ ବଡ଼ବିଲ ସରକାରୀ ଡାକ୍ତରଖାନାରେ ଚିକତ୍ସିତ ହୋଇଛନ୍ତି। ଏବେ ସେ ବିପଦମୁକ୍ତ ଥିବା ଜଣାଯାଇଛି। ରୁଗୁଡ଼ି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତୀରଣଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଇଥିବା ରୁଗୁଡ଼ି ଥାନା ଓଆଇସି ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର