କେନ୍ଦୁଝର: ବରଯାତ୍ରୀ ବସ୍‌ ପୋଡ଼ି ଜଣେ ମୃତ

କେନ୍ଦୁଝର: ବୁଧବାର-ଗୁରୁବାର ରାତି ପ୍ରାୟ ଅଢ଼େଇଟା ବେଳେ ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ରଖାଯାଇଥିବା ଗୋଟାଏ ବସ୍‌ ପୋଡ଼ି ଯିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।

ବସ୍‌ଟି ସାମନ୍ତରାପୁର ଗ୍ରାମରୁ ବରଯାତ୍ରୀଙ୍କୁ ନେଇ କନ୍ୟାଘରୁ ଫେରିବା ପରେ ବରଘର ନିକଟରେ ରହିଥିଲା। ରାତି ୨: ୩୦ରେ କୌଣସି କାରଣରୁ ବସ୍‌ରେ ନିଅାଁ ଲାଗିଯିବାରୁ ତାହା ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା। ବସ୍‌ ଭିତରେ ଥିବା ଜଣେ ଅପରିଚି ଯୁବକ ମଧ୍ୟ ଏହି ଅଗ୍ନିକାଣ୍ଡରେ ଜୀବନ୍ତ ପୋଡ଼ି ହୋଇ ମରିଛନ୍ତି।

ଘଟଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର