କେନ୍ଦୁଝର: ୩ ବର୍ଷ ତଳେ ୩ ବର୍ଷର ଶିଶୁପୁତ୍ରକୁ କଚାଡ଼ି ମାରିଥିଲେ, ଆଜୀବନ ଜେଲ ଗଲେ ବାପା

ଚମ୍ପୁଆ: ତିନି ବର୍ଷ ତଳେ ନିଜର ୩ ବର୍ଷର ନିଷ୍ପାପ ଶିଶୁକୁ କଚାଡ଼ି ମାରିବାର ଫଳ ପାଇଛନ୍ତି କଂସରୂପି ବାପା। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଏଡିଜେ ଦଳଗୋବିନ୍ଦ ବେହେରାଙ୍କ କୋର୍ଟ ଏହି ଦଣ୍ଡାଦେଶ ଗୁରୁବାର ଶୁଣାଇଛନ୍ତି। ଜଜ ଦଳଗୋବିନ୍ଦ ବେହେରା ୧୩ ଜଣ ସାକ୍ଷ୍ୟଙ୍କ ବୟାନକୁ ପ୍ରମାଣିତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ଜିଲ୍ଲାର ଯୋଡ଼ା ଆଜାଦ ବସ୍ତି ନିବାସୀ ଶଙ୍କର କାରିଆ ୨୦୧୬ ଜୁଲାଇ ୩୦ରେ ନିଜର ସ୍ତ୍ରୀ ଲିଲିଙ୍କ ସହିତ ପାରିବାରକି ସମସ୍ୟାକୁ ନେଇ କଳି କରିଥିଲେ। ସ୍ୱାମୀ-ସ୍ତ୍ରୀଙ୍କ କଳିରେ ୩ ବର୍ଷର ଶିଶୁପୁତ୍ର ଅନାମୁ କାରୁଆ ବଳି ପଡ଼ିଥିଲା। ବାପା-ମା’ କଳି କରୁଥିବା ବେଳେ ଅନାମୁ ନିକଟରେ ଖେଳୁଥିଲା। ଏହି ସମୟରେ ଉତ୍ତେଜିତ ଶଙ୍କର ପୁଅ ଅନାମୁକୁ କଚାଡ଼ି ମାରି ଦେଇଥିଲା। ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଶଙ୍କରକୁ ଗିରଫ କରିଥିଲା।

ଘଟଣା ଦିନ ୫ ବର୍ଷର ଶିଶୁପୁତ୍ର କାହ୍ନା କାରୁଆ (ବର୍ତ୍ତମାନ ୮ ବର୍ଷ) ଉପସ୍ଥିତ ଥିଲା। ସରକାରଙ୍କ ପକ୍ଷରୁ ଆଇନଜୀବି ମଧୁସୂଦନ ପତି ମାମଲାର ପରିଚାଳନା କରୁଥିଲେ। ଘଟଣା ଦିନ ଆଜାଦ ବସ୍ତି ସ୍ତବ୍ଧ ପାଲଟି ଯାଇଥିଲା।

ସମ୍ବନ୍ଧିତ ଖବର