ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ

ଆନନ୍ଦପୁର: ଘସିପୁରା ବ୍ଲକ ବଳରାମପୁର ପଞ୍ଚାୟତ ନଦୁଆଁ ଗ୍ରାମର ନୀଳମଣି ବେହେରା (୬୩)ଙ୍କ ପରଲୋକ ହୋଇଛି। ଗତ ୨୧ ତାରିଖରେ ସେ ବାଇକ୍‌ରେ ବଳରାମପୁରରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଆନନ୍ଦପୁର ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିଦିନଠାରୁ ସେ ସଂଜ୍ଞାହୀନ ଅବସ୍ଥାରେ ଥିଲେ। ଆଜି ଅପରାହ୍‌ଣ ୪ଟା ବେଳେ ତାଙ୍କର ଦେହାନ୍ତ ହୋଇଛି। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ଶବ ସତ୍କାର କରାଯିବ ବୋଲି ଜଣାପଡ଼ିଛି। ସ୍ବର୍ଗତ ବେହେରା ଦୀର୍ଘଦିନ ଧରି ବିଜେଡିରେ ସକ୍ରିୟ ଥିଲେ। କିଛିମାସ ତଳେ ସେ ଜନସମୃଦ୍ଧି ପାର୍ଟିରେ ଯୋଗଦେଇଥିଲେ। ତାଙ୍କର ପରଲୋକରେ ଘସିପୁରା ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର