ନାବାଳିକାଙ୍କ ଆତ୍ମହତ୍ୟା

ବଡ଼ବିଲ: ବଡ଼ବିଲ ପୌରାଞ୍ଚଳ ୮ ନମ୍ବର ୱାର୍ଡ, ବାକଲ ହଟିଂରେ ଜଣେ ୧୧ ବର୍ଷର ନାବାଳିକା ବେକରେ ଶାଢିବାନ୍ଧି ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ମନୋଜ ବିରୁଆଙ୍କ ଝିଅ ଭାରତୀ। ବାପା ମନୋଜ କୌଣସି କାରଣରୁ କିଛି ବର୍ଷ ହେବ ପରିବାର ଠାରୁ ଅଲଗା ରହୁଥିବା ବେଳେ ମାଆ ଦଶମା ଏକ ବାହାଘର ଭୋଜିରେ ଯୋଗଦେବାକୁ ଚମ୍ପୁଆ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଭାରତୀ ବେକରେ ଶାଢି ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟାର କାରଣ ଜଣାପଡି ନଥିବା ବେଳେ କେହି ଦୁର୍ବୃତ୍ତ ନାବାଳିକାଙ୍କୁ ହତ୍ୟାକରି ଝୁଲାଇ ଦେଇଥିବା ଆଶଙ୍କା କରାଯାଉଛି। ଭାରତୀ ବଡ଼ବିଲ ସେଣ୍ଟମେରି ଓଡ଼ିଆ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ରୀ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର