କେନ୍ଦୁଝର: ଯୁବକଙ୍କ ଗୁପ୍ତାଙ୍ଗ କାଟି ପକାଇଲେ ଦୁର୍ବୃତ୍ତ

କେନ୍ଦୁଝର: ଶୁକ୍ରବାର ସକାଳେ ପାଟଣା ଥାନା ମୁଖ୍ୟାଳୟ ଅନ୍ତର୍ଗତ ସଁରାପଶି ଗ୍ରାମରେ ଥିବା ଗୋଟାଏ ପରିତ୍ୟକ୍ତ ଶିଶୁ ମନ୍ଦିର କକ୍ଷରୁ ଗୁପ୍ତାଙ୍ଗ କଟାଯାଇ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଜଣେ ଯୁବକଙ୍କୁ ଉଦ୍ଧାର କରା ଯାଇଛି।

ପୀଡ଼ିତ ଯୁବକ ଜଣକ ହେଉଛନ୍ତି ରହି ମହାନ୍ତଙ୍କ ୨୮ ବର୍ଷିୟ ପୁତ୍ର ଦୀପକ। ବିବାହିତ ଦୀପକଙ୍କ ଗୁପ୍ତାଙ୍ଗକୁ କେହି ଦୁର୍ବୃତ୍ତ ତୀକ୍ଷ୍ଣ ଅସ୍ତ୍ରରେ କାଟି ପକାଇଥିବା ସନ୍ଦେହ କରା ଯାଉଛି। ଦୀପକ ଜଣେ ଟେଣ୍ଟ୍‌ ମାଲିକ।

ଆଜି ପ୍ରତ୍ୟୁଷରୁ ଦୀପକ ଶୌଚ ହେବା ନିମନ୍ତେ ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ। ବହୁ ଖୋଜାଖୋଜି କରିବା ପରେ ଦୀପକଙ୍କ ବାପା ତାଙ୍କ ଘର ନିକଟରେ ଥିବା ପରିତ୍ୟକ୍ତ ଶିଶୁ ମନ୍ଦିର ସ୍କୁଲ୍‌ କକ୍ଷରୁ ତାଙ୍କୁ ଉଦ୍ଧାର କରିଥିଲେ।

ଚିକିତ୍ସା ନିମନ୍ତେ ପ୍ରଥମେ ତାଙ୍କୁ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା। ଉନ୍ନତ ଚିକିତ୍ସା ନିମନ୍ତେ ତାଙ୍କୁ ସେଠାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି।

ସମ୍ବନ୍ଧିତ ଖବର