କେନ୍ଦୁଝର ସହରରେ ଶହେରୁ ଅଧିକ ମଣ୍ଡପ

କେନ୍ଦୁଝର,: ଗଣେଶ ଚତୁର୍ଥୀ। କେନ୍ଦୁଝର ଜିଲ୍ଲାରେ ଗଣେଶ ପୂଜାକୁ ବହୁ ଆଡମ୍ବରରେ ପାଳନ କରାଯାଉଥିବାବେଳେ କେନ୍ଦୁଝର ସହର ଉତ୍ସବମୁଖର ହୋଇଉଠିଛି। ସହରର ଶହେରୁ ଅଧିକ ମଣ୍ଡପରେ ପୂଜା ପାଉଚନ୍ତି ବିଘ୍ନରାଜ ଗଣେଶ। ବିଘ୍ନରାଜଙ୍କ ଆକର୍ଷଣୀୟ ପ୍ରତିମୂର୍ତ୍ତି ସାଙ୍ଗକୁ ଆକର୍ଷଣୀୟ ତୋରଣ ଓ ବିଭିନ୍ନ ରଂଗିନ ଆଲୋକରେ ପୂଜାମଣ୍ଡପ ଝଲସି ଉଠୁଛି।
ବିଘ୍ନରାଜଙ୍କ ପୂଜା ପାଇଁ ଆଜି ସକାଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କଳସ ଶୋଭାଯାତ୍ରାରେ ଅଣାଯାଇଥିଲା। ପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। କେନ୍ଦୁଝର ସହରର ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ, ସ୍କୁଲ, ଅନୁଷ୍ଠାରେ ବିଘ୍ନେଶ୍ୱରଙ୍କ ପୂଜା ସଂପନ୍ନ ହୋଇଛି। କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କରେ ବହୁ ଆଡ଼ମ୍ବରରେ ଗଣେଶ ପୂଜା ପାଳନ କରାଯାଉଛି।
ସେହିପରି କେନ୍ଦୁଝର ବନଖଣ୍ଡ କାର୍ଯ୍ୟାଳୟ, ଉପର ବସଷ୍ଟାଣ୍ଡ, ନେସ୍କୋ କାର୍ଯ୍ୟାଳୟ, କାଶୀପୁର, ଜଗନ୍ନାଥପୁର, ମଣ୍ଡୁଆ, ଡେଲି ମାର୍କେଟ, ମାଧପୁର ମା କ୍ଲବ, ଶ୍ରୀଗଣେଶ ପୂଜା କମିଟି, ଧରଣୀଧର କଲେର ବିଭିନ୍ନ ବିଭାଗ ସହିତ କସ୍ତୁରୀ, ଜାହ୍ନବୀ, ଅଭିପ୍ସା, ଗୋପବନ୍ଧୁ ହଷ୍ଟେଲ, ବିଭିନ୍ନ ମେସ, ସରାକରୀ ମହିଳା ମହାବିଦ୍ୟାଳୟ, ଆରଏସ ଇନିଷ୍ଟିଚ୍ୟୁଟ, ରୋଜମେରୀ ସ୍କୁଲ, ଡିଏନ ହାଇସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପୁଲିସ ହାଇସ୍କୁଲ ସହିତ ଅନ୍ୟାନ୍ୟ ସ୍କୁଲରେ ଗଣେଶ ପୂଜା ପାଳନ ହୋଇଛି। ସଂଧ୍ୟାରେ ସହରରେ ହୋଇଥିବା ପୂଜାମଣ୍ଡପଗୁଡିକରେ ଠାକୁରଙ୍କ ଦର୍ଶନ ପାଇଁ ଗହଳି ହୋଇଛି। ବ ବିଭିନ୍ନ ସ୍ଥାନରେ ଭଜନ ସଂଧ୍ୟା ଆୟୋଜିତ ହେଉଥିଲା ।

ସମ୍ବନ୍ଧିତ ଖବର