ନଦୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ

ତେଲକୋଇ: ତେଲକୋଇ ଥାନା ମଦୁସୂଦନପୁର ଗ୍ରାମର ସ୍ୱର୍ଗତ ଗଦାଧର ନାଏକଙ୍କ ପତ୍ନୀ ଶୁକ୍ରୁମୁନି ନାଏକ(୭୫) ସମାକୋଇ ନଦୀରେ ବୁଡି ପ୍ରାଣ ହରାଇଥିବା ଜଣାଯାଇଛିି। ଗତକାଲି ମଧ୍ୟାହ୍ଣରେ ସେ ଜଙ୍ଗଳକୁ ଯାଇଥିଲେ ଓ ସଂଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ଆଜି ସକାଳେ ସାହିର ଲୋକମାନେ ନିକଟ ବାଲିସାହିକୁ ନଡା କାଟିବା ପାଇଁ ଯାଉଥିବା ବେଳେ ନଦୀର ବାଲିସାହି ଘାଟରେ ଶୁକ୍ରୁମୁନିଙ୍କ ଶବ ଭାସୁଥିବାର ଦେଖିଥିଲେ। ଏ ସଂପର୍କରେ ସେମାନେ ଖବର ଦେବାରୁ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ପୁଲିସକୁ ଜଣାଇଥିଲେ। ତେଲକୋଇ ଥାନା ଏଏସଆଇ ମାମିନା ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର