ଓଏମ୍‌ସି ଖଣିରେ ଗଣ୍ତଗୋଳ:ଦୁଇ ଗିରଫ

କେନ୍ଦୁଝର : ଗନ୍ଧମାର୍ଦନ ଖଣିରେ ଦୁଇଦିନ ଧରି ଦୁଇଥର ଜବରଦସ୍ତ ପଶି ଗଣ୍ତଗୋଳ କରିବା ଅଭିଯୋଗରେ ସଦର ଥାନା ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଦ୍ବୟ ହେଲେ ଆଲୋକ ରଞ୍ଜନ ପଟ୍ଟନାୟକ ଓ ଲୋକନାଥ ଟୁଡୁ। ଓଏମ୍‌ସିର ଆଞ୍ଚଳିକ ଅଧିକାରୀ ଦେଇଥିବା ଅଭିଯୋଗ ଅନୁସାରେ, ଗତ ୪ ତାରିଖରେ ଶୁଆକାଟିର ଜଗଦୀଶ ଦେହୁରୀ, ଆଲୋକରଞ୍ଜନ ପଟ୍ଟାନୟକ, କୁନା ପଟ୍ଟନାୟକଙ୍କ ସମେତ କିଛି ଲୋକ ଜବରଦସ୍ତ ଓଏମସି ଖଣିରେ ପ୍ରବେଶ କରି କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ।
ବିଶୃଙ୍ଖଳା ସୃଷ୍ଟି କରିବା ସହ ମାସିକିଆ ଚାନ୍ଦା ମାଗିଥିଲେ। ବିଭିନ୍ନ ସମୟରେ ଏହି ଗୋଷ୍ଠୀଙ୍କର ଏଭଳି କାର୍ଯ୍ୟ ପାଇଁ ଖଣି ପରିଚାଳନାରେ ସମସ୍ୟା ଦେଖାଦେଉଛି ବୋଲି ଓଏମ୍‌ସିର ଆ˚ଚଳିକ ଅଧିକାରୀ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ୫ ତାରିଖରେ ୨/୧୯ରେ ମାମଲା ରୁଜୁ ହୋଇଥିଲା। ଏଥିରେ ୧୪୩, ୪୪୭, ୨୯୪, ୧୪୯, ୩୮୫, ୫୦୬ ଦଫାରେ ମାମଲା ରୁଜୁ ହୋଇଥିଲା। ସେହିପରି ପୁଣି ୫ ତାରିଖରେ ଆଲୋକ ରଞ୍ଜନ ପଟ୍ଟନାୟକ ଖଣି ଅଞ୍ଚଳକୁ ପଶି ସୁରକ୍ଷାକର୍ମୀଙ୍କୁ ଗାଳିଗୁଲଜ କରିବା ନେଇ ମଧୢ ଓଏମ୍‌ସିର ଆଞ୍ଚଳିକ ଅଧିକାରୀ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ୩/୧୯ରେ ମାମଲା ରୁଜୁ ହୋଇଥିଲା। ଏଥି‌ରେ ୪୪୭, ୨୯୪, ୩୮୫, ୫୦୬, ୩୪ ଆଇପିସି ଦଫାରେ ମାମଲା ରୁଜୁ ହେବା ସହିତ ଆଲୋକ ରଞ୍ଜନ ପଟ୍ଟନାୟକ ଓ ଲୋକନାଥ ଟୁଡୁଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର