ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଯୁବକଙ୍କ ଉପର ମାଡ଼ିଗଲା ଟ୍ରକ୍: ଉତ୍ୟକ୍ତ ଲୋକେ ଜାଳିଦେଲେ ଟ୍ରକ୍

କେନ୍ଦୁଝର: କେନ୍ଦୁଝର ସଦର ଥାନା ରାୟଗୋଡ଼ା ଗାଁରେ ଏକ ମର୍ମନ୍ତଦ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗାଁ ଦାଣ୍ଡରେ ଟ୍ରକ୍‌ଟି ଯୁବକଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଗାଁ ଲୋକେ ଉତ୍ୟକ୍ତ ହୋଇ ଟ୍ରକ୍‌ରେ ନିଆଁ ଲଗାଇ ଜାଳି ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମୋହନ ଓ ଆଲୋକଙ୍କୁ ବିଜେପି ଟିକେଟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ଆଜି ବିଜେପି ଦୁଇଟି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆନନ୍ଦପୁର ନିର୍ବାଚନମଣ୍ଡଳୀ ପାଇଁ ଆଲୋକ ସେଠୀ ଓ କେନ୍ଦୁଝର ନିର୍ବାଚନମଣ୍ଡଳୀ ପାଇଁ ମୋହନ ମାଝୀଙ୍କ ନାମ ଦଳ ଘୋଷଣା କରିଛି। ୨୦୦୦ ବିଧାନସଭା…
ଅଧିକ ଖବର ଦେଖନ୍ତୁ...

ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିବାପ‌ରେ ଚର୍ଚ୍ଚା: ସନାତନଙ୍କ ପାଇଁ ୪ ଆସନରେ ଟିକେଟ ଅଟକିଲା!

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରାଜନୀତିକୁ ପ୍ରଭାବିତ କରୁଥିବା ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ପାଇଁ କେନ୍ଦୁଝର ଜିଲ୍ଲାର ୪ଟି ଆସନରେ ବିଜେପିର ଟିକେଟ ବଣ୍ଟନ ଅଟକିଥିବା ଚର୍ଚ୍ଚା ହେଉଛି। ବିଜେପି ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଓ ଆନନ୍ଦପୁର ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...

‘ପଦ୍ମଶ୍ରୀ’ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁର ଅସୁସ୍ଥ: କେନ୍ଦୁଝର ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ଭର୍ତ୍ତି

କେନ୍ଦୁଝର: ‘ପଦ୍ମଶ୍ରୀ’ ପୁରସ୍କାରପ୍ରାପ୍ତ କେନ୍ଦୁଝର ଜିଲ୍ଲାର କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁର ଅସୁସ୍ଥ ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମେଡିସିନ ଓ୍ବାର୍ଡ ୩୫ ନମ୍ବର ଶଯ୍ୟାରେ ତାଙ୍କର ଚିକିତ୍ସା କରାଯାଉଛି। ଉଲ୍ଲେଖ ଥାଉ କି କେନ୍ଦୁଝର…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ହତ୍ୟା ଧମକ, ଯନ୍ତ୍ରୀଙ୍କ ନାଁରେ ମାମଲା

କେନ୍ଦୁଝର: କେନ୍ଦୁଝର ପୁରୁଣାବଜାର ହାଉସିଂ ବୋର୍ଡ କଲୋନିରେ ଗାୟତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟାଙ୍କୁ ଦୁର୍ବ୍ୟବହାର ଓ ହତ୍ୟା ଧମକ ଦେବା ଅଭିଯୋଗରେ ପୌରପାଳିକାର କନିଷ୍ଠ ଯନ୍ତ୍ରୀ ଦେବାଶିଷ ପଲେଇଙ୍କ ବିରୋଧରେ ‌କେନ୍ଦୁଝର ଟାଉନ ଥାନା‌ରେ ଅଭିଯୋଗ ହୋଇଛି। ସ୍ନେହଲତା ମହାପାତ୍ରଙ୍କ…
ଅଧିକ ଖବର ଦେଖନ୍ତୁ...

ମା ତାରିଣୀଙ୍କ ହୁଣ୍ଡିରୁ ମିଳିଲା ୨୭ ଲକ୍ଷ

ଘଟଗାଁ: ଘଟଗାଁ ମା’ ତାରିଣୀଙ୍କ ହୁଣ୍ଡି ଖୋଲାଯାଇ ଗଣତି କରାଯାଇଛି। ଦେବୋତ୍ତର ବିଭାଗର ଡିଭିଜନାଲ ଇନ୍‌ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ଶ୍ରୀନିବାସ ବେହେରା, ନଳିନୀ ମହାନ୍ତ ଓ ମଦନ…
ଅଧିକ ଖବର ଦେଖନ୍ତୁ...

ଉତ୍କଟ ହେଉଛି ଜଳକଷ୍ଟ, ବୋହୂ ପଳାଇଲେ ବାପଘର

ହାଟଡିହି: ଖରା ଆରମ୍ଭରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ କାଠକଟା ଚତୁରିସାହିରେ ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି। ଗାଁରେ ଥିବା ତିନିତିନିଟି ନଳକୂପ ଅଚଳ ହୋଇଯାଇଥିବାରୁ ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ଗାଁର ମହିଳାମାନେ ଦୁଇ କିଲୋମିଟର ଦୂରରେ ଥିବା ଏକ କୂଅରୁ ପାଣି…
ଅଧିକ ଖବର ଦେଖନ୍ତୁ...

ପାଟଣା ଆସନ: ବିଜେଡିରୁ ଜଗନ୍ନାଥ; ବିଜେପି ଓ କଂଗ୍ରେସରୁ କିଏ?

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀରେ ବିଜେଡି ଜଗନ୍ନାଥ ନାୟକଙ୍କୁ ପ୍ରାର୍ଥୀ କରିବାପରେ ବିଜେପି ଓ କଂଗ୍ରେସରୁ ଏହି ଆସନ ପାଇଁ କିଏ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଗତ ନିର୍ବାଚନରେ ଜଗନ୍ନାଥ ବିଜେପିର ଭବାନୀ ଶଙ୍କର ନାୟକଙ୍କୁ ପରାସ୍ତ କରି ବିଧାୟକ…
ଅଧିକ ଖବର ଦେଖନ୍ତୁ...

ବାରୁଣୀ ବୁଡ଼ ଆଉ ସାତଦିନ, ବୈତରଣୀରେ ପାଣି ନାହିଁ

ଆନନ୍ଦପୁର: ଝାଡ଼େଶ୍ବର ଘାଟରେ ବାରୁଣୀ ଯାତ୍ରାକୁ ଆଉ ସାତଦିନ ରହିଲା। ଏହିଦିନ ବୈତରଣୀ ନଦୀରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ହେଲେ ବୈତରଣୀର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବା ଯୋଗୁଁ ଝାଡ଼େଶ୍ବର ଘାଟ ଶୁଖିଲା ପଡ଼ିଛି। ଏଣୁ ଶ୍ରଦ୍ଧାଳୁମାନେ କିପରି ବୁଡ଼ ପକାଇବେ ତାକୁ…
ଅଧିକ ଖବର ଦେଖନ୍ତୁ...

ଗୁଳି ଫୁଟାଇ ଦମ୍ପତିଙ୍କଠାରୁ ସୁନାଗହଣା ଲୁଟିଲେ ଦୁର୍ବୃତ୍ତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥରେ ମାତିଲେ ଲୁଟେରା। ବୀରଗୋବିନ୍ଦପୁର ନିକଟରେ ସ୍ପଷ୍ଟ ଦିବାଲୋକରେ ଗୁଳି ଫୁଟାଇ ଦମ୍ପତିଙ୍କଠାରୁ ସୁନାଗହଣା ଲୁଟି ନେଇଛନ୍ତି। ପୁଲିସ ସୂଚନା ଅନୁସାରେ, ଘଟଗାଁ ବ୍ଲକ୍‌ ଢେଙ୍କିକୋଟ ଅଞ୍ଚଳର ନିଗମ…
ଅଧିକ ଖବର ଦେଖନ୍ତୁ...