କେନ୍ଦୁଝର ସରକାରୀ ଡିଗ୍ରି ଇଞ୍ଜିନିୟରିଂ କଲେଜରେ ରାଗିଂ ନେଇ ଛାତ୍ରୀ ହଷ୍ଟେଲରେ ଅସନ୍ତୋଷ, ଅସୁସ୍ଥ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର: ରାଗିଂକୁ କେନ୍ଦ୍ର କରି ଗୁରୁବାର କେନ୍ଦୁଝର ସରକାରୀ ଡିଗ୍ରି ଇଞ୍ଜିନିୟରିଂ କଲେଜ ଛାତ୍ରୀ ନିବାସରେ ଅସନ୍ତୋଷ ଦେଖାଯାଇଛି। ଏହି ଘଟଣାରେ ଜଣେ ଅସୁସ୍ଥ ଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଛାତ୍ରୀ ହଷ୍ଟେଲ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ହଷ୍ଟେଲରେ ଲାଇନ୍‌ କଟିବାକୁ ନେଇ ଚତୁର୍ଥ ବର୍ଷର  କିଛି ଛାତ୍ରୀ ୩ୟ ବର୍ଷର କିଛି ଛାତ୍ରୀଙ୍କୁ ରାଗିଂ କରିଥିଲେ। ଫଳରେ ଉଭୟ ଶ୍ରେଣୀର ଛାତ୍ରୀମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ୩ୟ ବର୍ଷର ପିଲାମାନଙ୍କୁ ଖାଇବା ବନ୍ଦ କରି ଦିଆଯାଇଥିବା ଅଭିଯୋଗ ହୋଇଛି।

ହଷ୍ଟେଲରେ ଖାଇବା ବନ୍ଦ କରି ଦିଆଯିବା ଫଳରେ ଭୋକରେ ଜଣେ ଛାତ୍ରୀ ଅସୁସ୍ଥ ହୋଇ ପଡିଥିଲେ। ଅସୁସ୍ଥ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଲେଜର ଛାତ୍ରୀ ନିବାସରେ ଅସନ୍ତୋଷ ଦେଖାଯିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ହୋଇଛି। ଘଟଣାର ତଦନ୍ତ ଚାଲିଛି ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର