ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର

ବଡ଼ବିଲ: କେନ୍ଦୁଝର ଜିଲ୍ଲାର ବଡ଼ବିଲ ସୀମାନ୍ତ ଝାଡଖଣ୍ଡର ନୁଆମୁଣ୍ଡି ଥାନା କୁଟିଗତା ଗାଁ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗୋଟିଏ ପରିବାର ପାଇଁ ଅଭିଶାପ ପାଲଟିଛି। ବଡ଼ବିଲ ଅଭିମୁଖେ ଆସୁଥିବା ଏକ କାରକୁ ହାଇଓ୍ଵା ଧକ୍କା ଦେବାରୁ ଘଟଣାସ୍ଥଳରେ ଅଜା, ଆଈ ଓ ନାତୁଣୀଙ୍କର ମୃତ୍ୟୁ ହୋଇଛି। ଝିଅ ଓ ଜ୍ୱାଇଁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁସାରେ ବଡ଼ବିଲରେ ବସବାସ କରୁଥିବା ରବିନାରାୟଣ ମହାପାତ୍ର, ନିଜର ପତ୍ନୀ ମାନୁ, ଝିଅ ସୋନି ପଣ୍ଡା, ଜ୍ୱାଇଁ ରାହୁଲ ପଣ୍ଡା ଓ ଦେଢ଼ ବର୍ଷର ନାତୁଣୀଙ୍କ ସହିତ ଝାଡ଼ଖଣ୍ଡର ସଢ଼େଇକଳା ଗ୍ରାମରୁ ବଡ଼ବିଲକୁ ନିଜ କାର ‘କୁଇଡ୍‌’ରେ ଫେରୁଥିବା ବେଳେ ନୂଆମୁଣ୍ଡି ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ହାଇଓ୍ଵା ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ମୁହାଁ ମୁହିଁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ରବିନାରାୟଣ, ମାନୁ ଓ ନାତୁଣୀର ମୃତ୍ୟୁ ହୋଇ ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଝିଅ ଓ ଜ୍ୱାଇଁଙ୍କୁ ନୁଆମୁଣ୍ଡିସ୍ଥିତ ଟିସ୍କୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ଟି ଗାଡ଼ିକୁ ଜବତ କରିଛି।

 

ସମ୍ବନ୍ଧିତ ଖବର