କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ଜଳି ଯାଇଥିବା ଜଣାପଡିଛି । ରାଜରାସ୍ତାରେ ଟ୍ରକଟି ହୁତୁ ହୁତୁ ହୋଇ ଜଳୁଥିବା ଦେଖାଯାଇଛି । ତେବେ ନିଆଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରକ ଡ୍ରାଇଭର ଓ ହେଲପର । ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଝଡବେଳଦା ନିକଟରେ ଏକ ସିମେଣ୍ଟ ବୋଝେଇ ୧୦ ଚକିଆ ଟ୍ରକ ବ୍ୟାଟେରିରୁ ସଟ ସର୍କିଟ୍ ହୋଇ ନିଆଁ ଲାଗିଯାଇଥିବା ଜଣାପଡିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ଟ୍ରକରେ ଥିବା ଡ୍ରାଇଭର ଓ ହେଲପର ଜୀବନ ବିକଳରେ ଗାଡିରୁ ତୁରନ୍ତ ଓହ୍ଲାଇ ପଡିଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିବା ସୁଚନା ମିଳିଛି। ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଟ୍ରକରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।
ତେବେ ସିମେଣ୍ଟ ବୋଝେଇ ଏହି ୧୦ ଚକିଆ ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି । ଯାହାଫଳରେ ଟ୍ରକରେଥିବା ସମସ୍ତ ସିମେଣ୍ଟ ନଷ୍ଟ ହୋଇଯିବା ସହ ଟ୍ରକଟି ପୂରା ପୋଡିଯାଇଛି ।