ଚମ୍ପୁଆ : ତିନି ଜଣ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟିଲେ। ସିସିଟିଭିରେ ଜଣେ ଲୁଟେରାଙ୍କ ଫଟୋ କଏଦ ହୋଇଥିଲା। ଏହା ଜଣାପଡିବା ପରେ ଧରାପଡିଯିବା ଭୟରେ ସହଯୋଗୀଙ୍କୁ ଅନ୍ୟ ୨ଜଣ ହତ୍ୟା କରିଥିଲେ। ୨୦୧୭ରେ ଘଟିଥିବା ଏହି ହତ୍ୟାକାଣ୍ଡର ବିଚାର କରି ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତମାନେ ହେଲେ ବାଂଶପାଣିର ବିନୋଦ ସିଂ ଓ ହଗୁରୁ ନାଗ। ୨୦୧୭ ମସିହାରେ ବିନୋଦ, ହଗୁରୁ ଓ ଝୁମ୍ପୁରା ବ୍ଲକ ସାନ ହୁଣ୍ଡୁଳର ପ୍ରଦୀପ ମୁଣ୍ଡା ବାଂଶପାଣିରେ ଥିବା ଏକ ଏଟିଏମ ଭାଙ୍ଗି ୪୦ ହଜାର ଟଙ୍କା ଲୁଟ୍ କରିଥିଲେ। ଏଟିଏମ୍ରେ ଲାଗିଥିବା ସିସିଟିଭିରେ ପ୍ରଦୀପର ଫଟୋ ଦୃଶ୍ୟମାନ ହେଉଥିବା ଜାଣି ଅନ୍ୟ ଦୁଇ ଅଭିଯୁକ୍ତ ବିନୋଦ ଓ ହଗୁରୁ ତାକୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ ବିନୋଦ ଓ ହଗୁରୁ ଯାତ୍ରା ଦେଖିବାକୁ ପ୍ରଦୀପଙ୍କୁ ଡାକିଥିଲେ। ମୋଟର ସାଇକଲରେ ବସାଇ ବିଚାକୁଣ୍ଡି ଜଙ୍ଗଲକୁ ନେଇଥିଲେ। ସେଠାରେ ପଥର ଛେଚି ପ୍ରଦୀପକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ।