କେନ୍ଦୁଝର: ସଡ଼କ ଦୁର୍ଘଟଣାରେ ୨ ଜଣ ଗୁରୁତର

କେନ୍ଦୁଝର: ହରିଚନ୍ଦନପୁର ବାଇପାସ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ କେନ୍ଦୁଝର ଅଭିମୁଖେ ଯାଉଥିବା କାରର ଚାଳକ ନିୟନ୍ତ୍ରଣ ହରାଇ ଏକ ପୋଲରେ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ହିଁ କାର ଚୁରମାର ହୋଇ ଯାଇଥିଲା। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ୨ଜଣଙ୍କୁ ଉଦ୍ଧାର କରିଛି। ଉଭୟଙ୍କ ପରିଚୟ ମିଳି ନଥିବା ବେଳେ ଜଣଙ୍କର ଗୋଡ଼ କଟିଯାଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର