ଡିବିରି ଆଲୁଅରେ ଭୋଟ ଗ୍ରହଣ

କେନ୍ଦୁଝର: ବିଜୁଳି କାଟ ଯୋଗୁଁ କେନ୍ଦୁଝର ସଦର ନିର୍ବାଚନମଣ୍ତଳୀର ୨୫୬ ନମ୍ବର ବୁଥରେ ଡିବିରି ଆଲୁଅରେ ଭୋଟ ଭୋଟ ଗ୍ରହଣ କରାଯାଇଛି। ଆଜି ସନ୍ଧ୍ୟା ୬ଟା ବେଳେ ସହରରେ ବିଜୁଳି କାଟ ହୋଇଥିଲା। କେନ୍ଦୁଝର ପୁରୁଣାବଜାର ସ୍ଥିତ ୨୫୬ ନମ୍ବର ବୁଥରେ କିଛି ସମୟ ପାଇଁ ମତଦାନରେ ସମସ୍ୟା ଉପୁଜିଥିଲା। ପରେ ଉପସ୍ଥିତ ଭୋଟରଙ୍କ ମୋବାଇଲ ଲାଇଟ୍ ଓ ଡିବିରି ଆଲୁଅରେ ମତଦାନ କରାଯାଇଥିଲା। କିଛି ସମୟ ପରେ ବିଜୁଳି ଆସିବାରୁ ମତଦାନ ପ୍ରକ୍ରିୟା ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର