କାର୍‌ରୁ ୫୦ ଲକ୍ଷ ଟଙ୍କା ଜବତ

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ବାସୁଦେବପୁର ଛକ ନିକଟରୁ ଆଜି ସନ୍ଧ୍ୟାରେ ପୁଲିସ ଏକ କାର୍‌ (ଓଆର ୦୨ ବିଭି ୮୦୦୭)ରୁ ୫୦ ଲକ୍ଷ ଟଙ୍କା ଜବତ କରିଛିି। ପ୍ରକାଶ ଯେ, ଏକ କାରରେ ଟଙ୍କା ଚାଲାଣ ହେଉଥିିବା ଖବର ପାଇ ଚମ୍ପୁଆ ଥାନା ଅଧିକାରୀ ସୁମିତ କୁମାର ସୋରେନ ବାସୁଦେବପୁର ଛକ ନିକଟରେ ସଦଳବଳେ ଚଢାଉ କରିଥିଲେ। ଖାନ୍‌ତଲାସ କରାଯିବା ବେଳେ କାରରୁ ୫୦ ଲକ୍ଷ ଟଙ୍କା ମିଳିଥିଲା। ଏହି ଘଟଣାରେ ଯୋଡା ଅଞ୍ଚଳର ଏକ ବେସରକାରୀ ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଅଟକ ରଖାଯାଇଛି। କେନ୍ଦୁଝର ଏସ୍‌ପି ଚମ୍ପୁଆ ଥାନାରେ ପହଞ୍ଚି ଅଟକ ଦୁଇ ଜଣଙ୍କୁ ପଚରାଉଚରା କରିବା ସହ କେନ୍ଦୁଝର ନେଇ ଯାଇଥିବା ଜଣାପଡିଛିି। ତେବେ ଏହି ଟଙ୍କା କିଏ ଏବଂ କାହା ପାଖକୁ ପଠାଉଥିଲା ସେ ସଂପର୍କରେ ପୁଲିସ କିଛି ପ୍ରକାଶ କରିନାହିଁ। ଏହି ଟଙ୍କା ଜଣେ ରାଜନେତାଙ୍କର ବୋଲି ସାଧାରଣରେ ଚର୍ଚା ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର