ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ!

ଘଟଗାଁ : ଘଟଗାଁ ଥାନା ବଡ଼ଜାମପଶି ପଞ୍ଚାୟତର ବନଜାମପଶି-ମେଦିନିପୁର ରାସ୍ତାର ଝୁଲାପୋଲ ତଳୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ କେହି ହତ୍ୟା କରି ପୋଲ ତଳକୁ ଫିଙ୍ଗିଦେଇଥିବା ପୁଲିସ ସନ୍ଦେହ କରୁଛି। ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି। ମୃତ ଯୁବକଙ୍କ ନାମ ଶଙ୍କର୍ଷଣ ମହାନ୍ତ (୩୦)। ମୃତଦେହ ଉଦ୍ଧାର ପରେ ପୁଲିସ ହ୍ଵାଟ୍‌ସଆପ୍‌ରେ ଫଟୋ ଛାଡ଼ିଥିଲା। ଏହାପରେ ଶବ ଚିହ୍ନଟ ହୋଇଥିଲା। ତାଙ୍କ ଘର କେତାଙ୍ଗ ଗ୍ରାମରେ ବୋଲି ଜଣାପଡ଼ିଛି। ପରିବାର ଲୋକେ ଚିହ୍ନଟ କରିବା ପରେ ପାଟଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଛି।

ସମ୍ବନ୍ଧିତ ଖବର